
କ୍ୱେଟା -ପାକିସ୍ଥାନର ବଲୁଚିସ୍ଥାନ ପ୍ରଦେଶରେ ବଲୁଚ ଲିବରେଶନ ଆର୍ମି (ବିଏଲଏ)ଯେଉଁ ଯାତ୍ରୀବାହୀ ଟ୍ରେନ ଜଫର ଏକ୍ସପ୍ରେସ ଉପରେ ଆକ୍ରମଣ କରି ଯାତ୍ରୀମାନଙ୍କୁ ବନ୍ଧକ ରଖିଥିଲା,ସେଥିପାଇଁ କରାଯାଇଥିବା ସେନାର ଉଦ୍ଧାର କାର୍ଯ୍ୟ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ 104 ଯାତ୍ରୀଙ୍କୁ ଉଦ୍ଧାର ଏବଂ 16 ବିଦ୍ରୋହୀଙ୍କୁ ହତ୍ୟା କରାଯାଇଥିବା ଦାବି କରାଯାଇଛି।ଯେତେବେଳେ ବିଏଲଏ ପାକିସ୍ଥାନୀ ସୁରକ୍ଷାବାହିନୀର 30 ଯବାନଙ୍କୁ ହତ୍ୟା କରିଥିବା ଦାବି କରିଛି। ବିଏଲଏ ଏହାର ଦାବିକୁ ନେଇ ଜିଦ ଧରିଛି।ଟ୍ରେନର 9ଟି କୋଚରେ 400ରୁ ଅଧିକ ଯାତ୍ରୀ ଥିଲେ।
ପାକିସ୍ଥାନୀ ମିଡିଆ ଗ୍ରୁପ ଜିଓ ନ୍ୟୁଜ ଅନୁଯାୟୀ ଟ୍ରେନରେ ବନ୍ଧକମାନଙ୍କୁ ଉଦ୍ଧାର କରିବା ପାଇଁ ସେନାର ଅପରେସନ ବୁଧବାର ମଧ୍ୟ ଜାରି ରହିଛି।ରେଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ଜଫର ଏକ୍ସପ୍ରେସରୁ ଉଦ୍ଧାର ହୋଇଥିବା 57 ଯାତ୍ରୀଙ୍କୁ ବୁଧବାର ସକାଳେ କ୍ୱେଟା ନିଆଯାଇଛି।ଉଦ୍ଧାର ହୋଇଥିବା 23ଅନ୍ୟ ଯାତ୍ରୀ ମଚ୍ଛରେ ଅଛନ୍ତି।ଏହି ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରେ 58 ପୁରୁଷ ,31 ମହିଳା,ଏବଂ 15 ଶିଶୁ ଅନ୍ତର୍ଭୁକ୍ତ।