
-
ଗତ ସପ୍ତାହର ସ୍ଥିତି ଅନୁସାରେ ୫୦ଲକ୍ଷ ରୁ ୧ କୋଟି ବକେୟା ଅଛନ୍ତି ୧୫ ଜଣ
-
୧ କୋଟିରୁ ଉଦ୍ଧ୍ୱର୍ ରେ ୧୬ ଜଣ
ଭୁୂବନେଶ୍ୱର, ଗୃହ ଟିକସ ବା ହୋଲ୍ଡିଂ ଟ୍ୟାକ୍ସ ବାବଦରେ ଭୁବନେଶ୍ୱର ମହାନଗର ନିଗମ ଜାରିକଲା ଅଧିକ ବକେୟା ଥିବା ମାଲିକ ମାନଙ୍କ ସୂଚନା । ବହୁଦିନ ଧରି ବକେୟା ରଖିଥିବା ଏବଂ ଅଧିକ ବକେୟା ରଖିଥିବା ଖିଲାପକାରୀ ଚିହ୍ନଟ ହେବା ଆବଶ୍ୟକ । ସରକାରଙ୍କ ନିୟମକୁ ଅମାନ୍ୟ କରି ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କୁ ବି ଏମ୍ ସି ପର୍ତୃପକ୍ଷ ନୋଟିସ୍ ଦେବା ସାଙ୍ଗକୁ ସେମାନଙ୍କ ନାମକୁ ସାର୍ବଜନୀନ କରିଛନ୍ତି । ସହରର ବିକାଶ ପାଇଁ ସହରାଂଚଳ ପ୍ରଶାସନ କେତେକ ଉସôରୁ ରାଜସ୍ୱ ପାଇଥାନ୍ତି । ତେବେ ଜାଣିଶୁଣି ଏହା ଫାଙ୍କିବା ନୈରାଶ୍ୟ ଜନକ ଏବଂ ଅନ୍ୟ ସହରବାସୀଙ୍କ ଉପରେ ଉକ୍ତ ବକେୟା ଅଙ୍କ କୁପ୍ରଭାବ ପକାଇବ ବୋଲି କହିଛନ୍ତି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ।
ଅନ୍ୟପକ୍ଷରେ, ସହରର ଅବୟବ, କଳେବର ଏବଂ ସର୍ବୋପରି ବାସୋପଯୋଗିତାର ମୂଲ୍ୟବୋଧକୁ ଆଗେଇ ନେବାରେ ଆମର ଆୟ ମଧ୍ୟ ଏକ ମୁଖ୍ୟ ଭୁମିକା ନେଇଥାଏ । ତେଣୁ ହୋଲ୍ଡିଂ ଟ୍ୟାକ୍ସ ଦେବା ଏବଂ ଏଥିରେ ସ୍ୱଚ୍ଛତା ବଜାୟ ରଖିବା ଏକ ନୈତିକ କର୍ତବ୍ୟ ବୋଲି ବି ଏମ୍ ସି ପକ୍ଷରୁ କୁହାଯାଇଛି । ନାଗରିମାନେ ଏହା ଭରଣା କରିବାପାଇଁ ଅନ୍ ଲାଇନ୍ ରେ କିମ୍ବା ପାଖ ୱାର୍ଡ ଅଫିସ୍ ରେ ଦେଇ ପାରିବେ ।
ବାରଂବାର ବୁଝାଇବା ଏବଂ କହିବା ସତ୍ୱେ କିଛି ମାଲିକ ଖିଲାପି ତାଲିକାରେ ରହୁଛନ୍ତି । ତେବେ ଏମାନେ କିପରି ଭରଣା କରିବେ ସେଥିପାଇଁ ନୋଟିସ୍ ଦିଆଯିବା ସାଙ୍ଗକୁ କଲେକସନ୍ ଟିମ୍ ସେମାନଙ୍କ ନିକଟକୁ ଯାଉଛନ୍ତି । ଏପରିକି କିଛି ବ୍ୟକ୍ତି ଅନେକ ଦିନ ହେବ ଘର କରିଥିଲେ ବି ଆଢ଼ୁଆଳରେ ରହି ଟିକସ ଫାଙ୍କିବାର ଦୃଷ୍ଟିଗୋଚର ହୋଇଛି । କିଛି ବ୍ୟବସାୟୀକ ଅନୁଷ୍ଠାନଙ୍କୁ ସିଲ୍ ନୋଟିସ୍ ଜାରି କରିବା ପରେ ସେମାନଙ୍କ ଆଚରଣରେ ପରିବର୍ତନ ଆସିବାର ଲକ୍ଷ୍ୟ କରାଯାଇଛି ।
ସୂଚନା ଅନୁଯାୟୀ, ୫୦ ଲକ୍ଷରୁ ୧ କୋଟି ବକେୟା ବର୍ଗରେ ଦକ୍ଷିଣପୂର୍ବ ଜୋନ୍ ର ୩ ଜଣ, ଦକ୍ଷିଣପଶ୍ଚିମ ଜୋନ୍ ର ୫ ଜଣ ଏବଂ ଉତର ଜୋନ୍ ର ୭ ଜଣ ରହିଛନ୍ତି । ସେହିପରି, ୧ କୋଟିରୁ ଉଦ୍ଧ୍ୱର୍ ବକେୟା ରାଶିରେ ଦକ୍ଷିଣପୂର୍ବ ଜୋନ୍ ର ୫ ଜଣ, ଦକ୍ଷିଣପଶ୍ଚିମ ଜୋନ୍ ର ୫ ଜଣ ଏବଂ ଉତର ଜୋନ୍ ର ୬ ଜଣ ରହିଛନ୍ତି ।
ସରକାରଙ୍କ ନିୟମ ଅନୁଯାୟୀ ନିଜର ହୋଲ୍ଡିଂ ଟ୍ୟାକ୍ସ ଦେବାରେ ଖିଲାପି ନହେବା ପାଇଁ ଚେତାଇ ଦିଆଯାଉଅଛି । ଖିଲାପକାରୀ ସହଯୋଗ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ଏମ୍ ସି ତରଫରୁ କୁହାଯାଇଛି ।
ହୋଲ୍ଡିଂ ଟ୍ୟାକ୍ସ ଏବଂ ଟ୍ରେଡ୍ ଲାଇସେନ୍ସ ଫି ଦେବାରେ କୌଣସି ପ୍ରକାରେ ଅବହେଳା ନ କରିବା, ଏଥିରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ଅନ୍ ଲାଇନ୍ ରେ ଦେବାର ବ୍ୟବସ୍ଥା ବି ଏମ୍ ସି ତରଫରୁ କରାଯାଇଛି