
ବୌଦ୍ଧ- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମରେ ପୁରୁଣାକଟକ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ୭ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ୪ର୍ଥ ମା ଭୈରବୀ କପ୍ ଫୁଟବଲ୍ ପ୍ରତିଯୋଗିତା ସମାପ୍ତ ହୋଇଛି । ଶେଷ ଦିବସରେ ସେମିଫାଇନାଲକୁ ଉନ୍ନିତ ହୋଇଥିବା ୟୁନାଇଟେଡ୍ ସ୍ପୋର୍ଟିଙ୍ଗ ରାଉଲକେଲା ସହିତ ସ୍ପୋର୍ଟ ହଷ୍ଟେଲ ବାରିପଦା ମଧ୍ୟରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା । ଖେଳର ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇପାରି ନଥିଲେ । ଦିତିୟାର୍ଦ୍ଧର ୬ ମିନିଟ୍ ରେ ରାଉଲକେଲା ଦଳର ୬ ନମ୍ବର ଖେଳାଳି ଡୁଲୁ ଲୁହାର ଗୋଟିଏ ଗୋଲ ସ୍କୋର କରିବା ପରେ ୨୦ ମିନିଟ୍ ସମୟରେ ବାରିପଦା ଦଳର ୩୦ ନମ୍ବର ଖେଳାଳି ଶିବନାଥ ମୁଣ୍ଡା ଗୋଟିଏ ଗୋଲ ଦେବାରୁ ଉଭୟ ଦଳ ଖେଳ ସମାପ୍ତ ପର୍ଯ୍ୟନ୍ତ ସମାନ ସ୍ଥିତିରେ ରହିଥିଲେ । ଫଳରେ ଟ୍ରାଇବେକରର ସହୟତା ନିଆଯାଇଥିଲା । ଟ୍ରାଇକେବରରେ ରାଉରକେଲା ଟିମ୍ ବାରିପଦା ଦଳକୁ ୧୦-୯ ଗୋଲରେ ହରାଇ ଚମ୍ପିଅନ୍ ହୋଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ଶିଳ୍ପପତି ରାଣିସତୀ ରାଇସ୍ ମିଲର ଅଶୋକ ଅଗ୍ରୱାଲା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ ଯୋଗ ଦେଇଥିଲେ । ଶ୍ରୀକାନ୍ତ ବହିଦାର ମୁଖ୍ୟ ରେଫରି ଭାବେ ଖେଳ ପରିଚାଳନା କରିଥିଲେ । ପ୍ରବୀଣ କୁମାର ବେହେରା, ସୁରେନ୍ଦ୍ର କୁମାର ବେହେରା, ଶେଷଦେବ ବେହେରା, ବିଭୂତି ଭୁଷଣ ବେହେରା ଲାଇନରେ, ୪ ର୍ଥ ରେଫର ସଂଞ୍ଜୟ କୁମାର ଜେନା, ମ୍ୟାଚ କମିସନର ଭାବେ ଉମାଶଙ୍କର ରାଉତ ଖେଳ ପରିଚାଳନା କରିଥିଲେ । ଆସୋସିଏସନର ସଭାପତି ସୁରେନ୍ ପ୍ରଧାନ, ସମ୍ପାଦକ ପ୍ରାଣବନ୍ଧୁ ସାହୁ, ସଂଯୋଜକ ସୁକାନ୍ତ ପଟ୍ଟନାୟକ, ଆବାହକ ପ୍ରଦତ ଭୋକ୍ତା, କ୍ୟାସିଅର ସତିସ ବେହେରା, କୈଳାସ ଅଗ୍ରୱାଲା, ଅଜିତ୍ ଦେହୁରୀ, ଶୁଭ୍ରଜିତ ପ୍ରଧାନ, ସିପୁନ ପ୍ରମୁଖ ସହଯୋଗ କରିଥିଲେ । ଯୁକ୍ତ ୨ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପାଠୀ ଧାରା ବିବରଣୀ ପାଠ କରିଥିଲେ ।