
ନାଗୌର – ନାଗୌରରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ପାଞ୍ଚଟା ସମୟରେ ଲାଲଦାସ ମହାରାଜ ଧାମ ନିକଟରେ ନ୍ୟାସନାଲ ଲା ୟୁନିଭରସିଟୀ ଜୋଧପୁରର ଛାତ୍ରରେ ଭର୍ତ୍ତୀଭଲ୍ଭୋ ବସ ଓଲଟି ପଡିଛି।ଦୁର୍ଘଟଣାରେ ତିନିଜଣ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଏଥିସହିତ 24ରୁ ଅଧିକ ଷ୍ଟୁଡେଣ୍ଟ ଗୁରୁତର ଆହତ ହୋଇଛନ୍ତି।ଅନ୍ୟ ଜଣେ ଦୁର୍ଘଟଣାରେ ଗତ ରାତିରେ ବୀକାନେର ରୋଡ ବାରାଣୀ ନିକଟରେ ଦ୍ରୁତ ଗତି କାର ଓଲଟି ପଡିଛି।ଏଥିରେ ଚାରିଜଣ ଯୁବକଙ୍କ ମୃତ୍ୟୁ ଘଟିଛି।ସୁରପାଳିୟା ଥାନାଧିକାରୀ ସିୟାରାମ କହିଛନ୍ତି ଯେ ଆଜି ସକାଳେ ବୁରଡି ଫାଣ୍ଟେ ନିକଟରେ ଏକ ଭଲଭୋ ବସ ଟ୍ରେଲର ସହ ଧକ୍କା ହୋଇଛି।ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଦୁର୍ଘଟଣା ପରେ ବସ ଓଲଟି ପଡିଛି।ବସ ଚଣ୍ଡୀଗଢରୁ ଜୋଧପୁର ଅଭିମୁଖେ ଯାଉଥିଲା।ମୃତକଙ୍କ ପରିଚୟ ଜୋଧପୁର ନିବାସୀ ହର୍ଷିତ,ଆରୁଷିଏବଂ ଆରବ ବୋଲି ଜଣାପଡିଛି।ଏହି ସମସ୍ତେ ନ୍ୟାସନାଲ ଲାଁ ୟୁନିଭର୍ସିଟିର ଷ୍ଟୁଡେଣ୍ଟ।ଆକ୍ସିଡେଣ୍ଟରେ ଆହତ 24ରୁ ଅଧିକ ଷ୍ଟୁଡେଣ୍ଟସଙ୍କୁ ନାଗୌରର ଜେଏଲଏନ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।