
ବଲାଙ୍ଗିର-ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ରେଲବାଇ ଖେଳପଡ଼ିଆ ଠାରେ ସୋମବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦଘାଟିତ ହୋଇଯାଇଛି। ମାଟିର ମହୋତ୍ସବର ସଭାପତି ବ୍ରଜ ଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଟିର ମହୋତ୍ସବର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟ ବକ୍ତା ଡ଼ଃ. ଫଣିନ୍ଦମ ସିଂ ଦେଓ, ସମ୍ମାନିତ ଅତିଥି ଶିବାଜୀ ମହାନ୍ତି, କଣ୍ଟାବାଞ୍ଜି ନଗରପାଳ ବରିୟାମ ସିଂ ସାଲୁଜା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାସ, ଉପ ସଭାପତି କୈଳାସ ଦୀପ, ଆବାହାକ ପୁଷ୍ପକେତୁ ବେହେରା, ନାରୀନେତ୍ରୀ ନିରୁପମା ମାଝୀ, ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝୀ, ବେଦବ୍ୟାସ ନାଗ, ସଞ୍ଜୟ ଗାନ୍ଧୀ, ରାଜେଶ ଅଗ୍ରୱାଲ, ପିଙ୍କି ଖର୍ସେଲ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ସମ୍ପାଦକ ମନୋଜ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୃଜନ ସଙ୍ଗୀତ କଲାକାରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅଞ୍ଚଳର ଲୋକ କଳା, ଲୋକ ସଂସ୍କୃତି, ଲୋକ ବାଦ୍ୟ, ଲୋକ ପରମ୍ପରାକୁ ଉଜ୍ଜୀବିତ କରିବା ସହ ଅଞ୍ଚଳର କଳାକାରଙ୍କୁ ସୁଯୋଗ ଦେବାର ଏକ ମାଧ୍ୟମ ହୋଇପାରିଛି। ସଂସ୍କୃତି ପରିବର୍ତ୍ତନଶୀଳ କିନ୍ତୁ ଅବକ୍ଷୟ ମୁଖୀ ନିଜ ଅଞ୍ଚଳର କଳା, ସଂସ୍କୃତିର ସଂରକ୍ଷଣର ଆବଶ୍ୟକତା ରହିଛି। କଳା ବଞ୍ଚିଲେ ସଂକୃତି ବଞ୍ଚିବ ବୋଲି ମୁଖ୍ୟ ବକ୍ତା ଡ଼ଃ. ଫଣିନ୍ଦମ ସିଂ ଦେଓ କହିଥିଲେ। ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ସିନ୍ଧେକେଲା ର ଦିପ୍ତିରେଖା ବାଗ, ବେହେରେନସିଲେଟ ଗାଁ ର ସୁମନ ନାଏକ, କଣ୍ଟାବାଞ୍ଜି ର ସନ୍ତୋଷ ନାଗଙ୍କୁ ମାଟିର ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମେଲୋଡ଼ି କାର୍ଯ୍ଯକ୍ରମର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପ ସଭାପତି ସନ୍ତୋଷ ଅଗ୍ରୱାଲ, ନିଶିକାନ୍ତ ମହାପାତ୍ର, ସହ ସଂପାଦକ ତୁଳସିରାମ ଜଗତ, ଦିନେଶ ମହାନନ୍ଦ, ଆଶିଷ ଅଗ୍ରୱାଲ, ଆଇନ ପରାମର୍ଶଦାତା ବିବେକ ଶର୍ମା, ପ୍ରଚାରକ ରୋହନ କୁମାର ମହତ, ସାଂକୃତିକ ସଂଯୋଜକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଅମରରେନ୍ଦ୍ର ବାଗ, କାର୍ଯ୍ଯକାଣୀ ସଦସ୍ଯ ପ୍ରମାନନ୍ଦ ପୁଟେଲ, ରାଜୁ ବାରିକ, ସୋହନ ଗୁରୁ,ସୋମନାଥ ସାହୁ, ସୋନୁ ସତପଥୀ, ମୋହନ ସୁନା, ସତ୍ୟନାରାୟଣ ଅଗ୍ରୱାଲ, ପପୁ ଜୁଏଡ, ବିମଳ ହାତୀ, ବିଟୁ ସାଙ୍ଘା ସହ ଅନ୍ୟ ସଦସ୍ଯ ମାନେ ଉପସ୍ଥିତ ଥିଲେ ।