
ସୁବର୍ଣ୍ଣପୁର-ସୋନପୁର ସହରର ଗୋକର୍ଣ୍ଣେଶ୍ବର ପଡ଼ା ନିବାସୀ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲବ କୁମାର ମିଶ୍ର(୬୮)ଙ୍କ ପରଲୋକ ହୋଇଯାଇଛି।
ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା l ସୋନପୁର ଗୋକର୍ଣ୍ଣେଶ୍ଵର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ କରାଯାଇଥିବା ବେଳେ ପୁଅ ଦୀନେଶ ରଞ୍ଜନ ମିଶ୍ର ମୁଖାଗ୍ନି ଦେଇଥିଲେ। ଜିଲ୍ଲା ଶିକ୍ଷକ ସଂଘ ର କର୍ମକର୍ତା , ବରିଷ୍ଠ ନାଗରିକ ସଂଘ ଓ ଅଣ ଗେଜେଟେଡ କର୍ମକର୍ତ୍ତାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟ ମିଶ୍ରଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l ଆସନ୍ତା କାଲି ୧୨ ତାରିଖ ବୁଧବାର ଦିନ ଶ୍ରୀ ଗୋକୋନେଶ୍ଵର ମନ୍ଦିରରେ ଶ୍ରୀ ମିଶ୍ରଙ୍କ ଦ୍ୱାଦଶାହ ଶ୍ରାଦ୍ଧ କାର୍ଯ୍ଯ ପାଳନ ପାଇଁ ଆୟୋଜନ କରାଯାଇଥିବା ସୂଚନା ମିଳିଛି l