
ନୂଆଦିଲ୍ଲୀ, ରାଜ୍ୟସଭାରେ ଭାରତୀୟ ରେଳର ପରିଚାଳନାକୁ ଆଧୁନିକ ଏବଂ ସୁସଂଗଠିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ କରାଗଲା । ଏହି ବିଧେୟକ ଉପରେ ଆଲୋଚନା କରି ରେଳ, ସୂଚନା ପ୍ରସାରଣ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ଯେ, ଏହି ବିଧେୟକ ରେଳ କ୍ଷେତ୍ରରେ ଶକ୍ତିଶାଳୀକରଣ, କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ସହଯୋଗୀ ସଂଘବାଦକୁ ସୁଦୃଢ଼ କରିବ। ଆଲୋଚନାରେ ଭାଗନେଇଥିବା 25 ଜଣ ସାଂସଦଙ୍କୁ ରେଳମନ୍ତ୍ରୀ ଧନ୍ୟବାଦ ଦେବାସହ କହିଛନ୍ତି ଯେ ବର୍ତ୍ତମାନର ନିୟମକୁ ସରଳିକରଣ କରିବା ପାଇଁ ପଦକ୍ଷେପ ନିଆଯାଇଅଛି ଯେଉଁଥିରେ ରାଜ୍ୟସରକାରଙ୍କ କ୍ଷମତା କମ ନହୋଇ ବିକେନ୍ଦ୍ରିକରଣକୁ ପ୍ରୋତ୍ସାହିତ କରାଯାଉଛି l ସେ କହିଛନ୍ତି ଯେ କ୍ଷେତ୍ରୀୟ ରେଳବାଇ ମହାପ୍ରବନ୍ଧକ ମାନଙ୍କୁ 1000 କୋଟି ଟଙ୍କା ପ୍ରକଳ୍ପ ଗୁଡିକୁ ସ୍ୱୀକୃତି ଦେବାପାଇଁ ପୂର୍ଣ୍ଣ କ୍ଷମତା ଦିଆଯାଉଅଛି l ଶ୍ରୀ ବୈଷ୍ଣବ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଯେଉଁ ରାଜ୍ୟରେ ଦଳ କ୍ଷମତାରେ ନାହିଁ, ସେଠାରେ ମଧ୍ୟ ସରକାରଙ୍କ ଦ୍ୱାରା ରେଳବାଇ ପାଇଁ ପର୍ଯ୍ୟାପ୍ତ ବଜେଟ୍ ଆବଣ୍ଟନ କରାଯାଇଛି। କେରଳ, ତାମିଲନାଡୁ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକ ପୂର୍ବ ସରକାରଙ୍କ ତୁଳନାରେ ବହୁ ଗୁଣ ଅଧିକ ବଜେଟ୍ ପାଇଛନ୍ତି।