
ନୂଆଦିଲ୍ଲୀ-କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରାଂଟର ସାଂସଦ ମଙ୍ଗଳବାର ରାଜ୍ୟର ଆଶା କାର୍ଯ୍ୟକର୍ତ୍ତାଙ୍କ ସମର୍ଥନରେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେରଳରେ ଆଶା କାର୍ଯ୍ୟକର୍ତ୍ତା ସେମାନଙ୍କ ମାନଦଣ୍ଡ ବୃଦ୍ଧି ଓ ସେବାନିବୃତ୍ତି ଲାଭ ସହିତ ଅନେକ ଦାବି ନେଇ ଦୀର୍ଘଦିନରୁ ଆନ୍ଦୋଳନ କରୁଛନ୍ତି ।
କେରଳର ଆଶା କାର୍ଯ୍ୟକର୍ତ୍ତାଙ୍କ ପ୍ରସଙ୍ଗ ସୋମବାର ସଂସଦର ଉଭୟ ଗୃହରେ ଉଠାଯାଇଥିଲା । ଆଶା କାର୍ଯ୍ୟକର୍ତ୍ତା ବେତନ ବୃଦ୍ଧି ଓ ଲାଭ ପାଇଁ ଦାବି କରୁଛନ୍ତି । ଏଥିରେ ସେମାନଙ୍କ ମାନଦେୟ 7ହଜାରରୁ 21000 ବୃଦ୍ଧି କରିବା ଓ 5ଲକ୍ଷ ଟଙ୍କାର ସେବାନିବୃତ୍ତି ଲାଭ ସାମିଲ ରହିଛି ।