
ଦୁର୍ଗ/ରାୟପୁର– ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘର ଉପରେ ରେଡ୍ ପରେ ଇଡିର ଅଧିକାରୀଙ୍କ ଗାଡି ରୋକିବା ଓ ପଥର ମାଡ କରିବା ମାମଲାରେ ପୋଲିସ କଂଗ୍ରେସ ନେତା ସନ୍ନି ଅଗ୍ରୱାଲଙ୍କ ସହିତ 15ଜଣ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଏମାନଙ୍କ ବିରୋଧରେ ଶାସକୀୟ କାର୍ଯ୍ୟରେ ବାଧା ଉପଜାଇବା ଓ ସଂପତିକୁ କ୍ଷତି ପହଂଚାଇବା ଅଭିଯୋଗ ହୋଇଛି ।
ଭିଲାଇ ପୋଲିସ ମଙ୍ଗଳବାର କହିଛି ଯେ, ଇଡି ଓ ବ୍ୟକ୍ତିଗତ ଗାଡି ଚାଳକଙ୍କ ଅଭିଯୋଗ କ୍ରମେ ଭିଲାଇ-3 ଥାନାରେ ଭିଲାଇ ନିବାସୀ କର୍ମକାର ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ସୁଶୀଲ ଓରଫ ସନ୍ନି ଅଗ୍ରୱାଲ ଓ 15ରୁ ଅଧିକଙ୍କ ବିରୋଧରେ ଦଙ୍ଗା ବିସ୍ତାର କରିବା, ବେଆଇନ ଭାବେ ଏକାଠି ହେବ, ନିଜ ଇଚ୍ଛାରେ ସରକାରୀ କର୍ମଚାରୀଙ୍କ କାମରେ ବାଧା ଉପୁଜାଇବା, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କିମ୍ବା ଅପରାଧିକ ବଳର ପ୍ରୟୋଗ, ଭୁଲ ଭାବେ ରୋକିବା ଓ ସାର୍ବଜନୀନ ସଂପତି ନଷ୍ଟ କରିବା ଆଇନ ଧାରା 3 ଅନ୍ତର୍ଗତ ମାମଲା ରୁଜୁ ହୋଇଛି ।