
ନୂଆଦିଲ୍ଲୀ– ଜାତୀୟ ଶିକ୍ଷା ନୀତି ଓ ତ୍ରିଭାଷାକୁ ନେଇ ସଂସଦ ବାହାରେ ଦ୍ରବିଡ ମୁନେତ୍ର କଡଗମର ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ବିକ୍ଷୋଭ ମଧ୍ୟରେ ଶୂନ୍ୟକାଳରେ ଗୃହର ବୈଠକକୁ 12ଟା ଯାଏ ସ୍ଥଗିତ ରଖାଯାଇଥିଲା । ଡିଏମକେ ସାଂସଦ କାନିମୋଝୀ ଓ ଅନ୍ୟ ସାଂସଦମାନେ କଳା ଡ୍ରେସ ପିନ୍ଧି ତାମିଲନାଡୁ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ପଣୀକୁ ବିରୋଧ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ ।
ଡିଏମକେ ସାଂସଦ କାନିମୋଝୀ କହିଛନ୍ତି ଯେ, କେନ୍ଦ୍ର ସରକାର ତାମିଲନାଡୁକୁ ମିଳୁଥିବା ଅର୍ଥକୁ ରୋଗୁଛଡ଼୍ତି । କହୁଛନ୍ତି ଯେ, ଆମକୁ ତିନି ଭାଷା ନୀତି ଓ ଏନଇପିରେ ହସ୍ତାକ୍ଷର କରିବାକୁ ପଡିବ । ସେ ତାମିଲନାଡୁର ପିଲାଙ୍କୁ ମିଳୁଥିବା ଫଣ୍ଡକୁ ରୋକିବାର କୌଣସି ଅଧିକାର ନାହିଁ ବୋଲି କାନିମୋଝୀ କହିଛନ୍ତି ।