
ଭୁବନେଶ୍ୱର,ବିଗତ ୮ ମାସର ଡବଲ ଇଞ୍ଜିନ ସରକାର ରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଓ ପାଶବିକ ଅତ୍ୟାଚାର ହୁହୁ ହୋଇ ବଢ଼ିଚାଲିଛି । ଏହାର ପ୍ରତିବାଦରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ଆଜି ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ।
ସେ କହିଛନ୍ତି ମା କୁ ସମ୍ମାନ , ବେଟି ପଢାଓ,ବେଟି ବଚାଓ କେବଳ ନାରାରେ ରହିଗଲା ।ଦୀର୍ଘ ୨୫ ବର୍ଷର ପୂର୍ବ ସରକାରରେ ପରି ଠୁଁ ଆରମ୍ଭ କରି ବେବିନା , ମାଧାବିଲତା,ମମିତା ଏବଂ କୁନ୍ଦୁଲି ପୀଡ଼ିତା ଭଳି ବହୁ ମହିଳା ନିର୍ଯ୍ୟାତିତ ହୋଇଛନ୍ତି ।କେହି ନ୍ୟାୟ ପାଇଲେ ନାହିଁ ।ସାଧାରଣ ଜନତା ଭାବିଥିଲେ ସରକାର ବଦଳିବା ପରେ ମହିଳାଙ୍କ ପ୍ରତି ଅତ୍ୟାଚାର ହ୍ରାସ ପାଇବ କିନ୍ତୁ ପରବର୍ତ୍ତୀ ସମୟରେ ବିଜେପି ସରକାର ଆସିବା ପରେ ମହିଳାଙ୍କ ପ୍ରତି ଅତ୍ୟାଚାର,ବ୍ୟଭିଚାର,ଗଣଦୁଷ୍କର୍ମ ମହିଳା ନିଖୋଜ ହେବା ଘଟଣା ସାରା ଦେଶରେ ରେକର୍ଡ ସୃଷ୍ଠି କରିଛି ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।