
ଭୁବନେଶ୍ୱର– ଗତ ୧୦ ବର୍ଷ ମଧ୍ୟରେ ପାନ ମସଲା, ଗୁଟ୍ଖା ଓ ତମ୍ବାଖୁ ଆଦି ମାଦକ ଦ୍ରବ୍ୟରୁ ୬୫୯୫.୫୫ କୋଟି ଟଙ୍କାର ଟିକସ ମିଳିଛି। କ୍ରମାଗତ ଭାବେ ବାର୍ଷିକ ଗୁଟଖା ଏବଂ ତମ୍ବାଖୁରୁ ଆଦାୟ ଟିକସ ବଢିଚାଲିଛି। ୨୦୨୪-୨୫ ବର୍ଷରେ ଆଦାୟ ଏକ ହଜାର ୪୭ କୋଟି ଟଙ୍କା ହୋଇଥିଲା।ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏହି ଉତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।