
ଭଦ୍ରକ – ଆମ ଦେଶର ସ୍ବାଧୀନତାକୁ ପୂରିଛି ୭୩ ବର୍ଷ। ଗୋଟିଏ ପଟେ ସରକାର ବୁଲେଟ୍ ଟ୍ରେନ୍ର ଚଳାଚଳ ନେଇ କଳ୍ପନା କରୁଥିବାବେଳେ ସାମାନ୍ୟ ସେତୁଟିଏ ପାଇଁ କିଭଳି ଏକ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି, ତାହାର ନଜିର ଦେଖôବାକୁ ମିଳିଛି ଭଦ୍ରକ ଜିଲାରେ। ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଧ୍ରୁବୁପଲ୍ଲୀପୁର ଭଳି ଏକ ଗ୍ରାମ ରହିଛି। େଯଉଁ ଅଂଚଳ ବାସୀ ଏହି ବର୍ଷାଦିନରେ ଗାଁରୁ ବାହାରକୁ ଆସିବା ପାଇଁ ଦୀର୍ଘ ୩ କିମି କାଦୁଅ ରାସ୍ତା ଅତିକ୍ରମ କରିବା ମଧ୍ଯରେ ଏକ ବିପଦପୂର୍ଣ୍ଣ ବାଉଁଶ ଭାରାରେ ନିଜ ଜୀବନକୁ ପାଣି ଛଡାଇଥାନ୍ତି। ଏ ଦିଗରେ ଜିଲା ପ୍ରଶାସନ କିଭଳି ଆଖô ବୁଜିଦେଇଛି, ତାହା ନିଜ ଆଖôରେ ନଦେଖôଲେ ବିଶ୍ବାସ କରିହେବନାହó। କେଇଖଣ୍ଡ ବାଉଁଶ ଆଉ ଖଣ୍ଡେ ବିଦୁ୍ୟତ୍ ଖୁରେ ଗ୍ରାମବାସୀମାନେ ତିଆରି କରିଛନ୍ତି ଏକ ଅସ୍ଥାୟୀ ପୋଲ। ସେଥିରେ ଯା’ ଆସ କରୁଛନ୍ତି ଶତାଧିକ ସ୍କୁଲ ଓ କଲେଜ ପିଲାଙ୍କ ସମେତ ସେ ଅଂଚଳବାସୀ। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚାନ୍ଦବାଲି ବ୍ଲକ୍ର ଚଡଦିଆ ପଂଚାୟତରେ ଏହି ଧ୍ରୁବପଲ୍ଲୀପୁର ଗ୍ରାମ। ଏହି ଗ୍ରାମକୁ ଏପର୍ଯ୍ୟନ୍ତ ସ୍ଥାୟୀ ପୋଲ କିମ୍ବା ରାସ୍ତାଟିଏ ନାହó। ଅଦିନିଆ ବର୍ଷାଦିନରେ ସଭିଏଁ କାଦୁଅ ରାସ୍ତାରେ ଚାଲିଚାଲି ନଟିଆ ନଦୀ ଶାଖାକୁ ଅତିକ୍ରମ କରିବା ପାଇଁ ବାଉଁଶ ଓ ବିଦୁ୍ୟତ୍ ଖୁଣ୍ଡ ନିର୍ମିତ ଅସ୍ଥାୟୀ ପୋଲକୁ ଭରସା କରିଛନ୍ତି। ଏଭଳି ଏକ ବିପଦପୂର୍ଣ୍ଣ ବାଉଁଶ ଭାରା ଓ ୩୦ ଫୁଟ୍ ଲମ୍ବର ବିଦୁ୍ୟତ୍ ପୋଲକୁ ଭାରା କରି ବର୍ଷ ବର୍ଷ ହେବ ଏହିଭଳି ଯିବାଆସିବା କରୁଛନ୍ତି ଲୋକେ। କେବଳ ପୋଲ ଏଠାରେ ସମସ୍ୟା ନୁହେଁ। ପକ୍କା ରାସ୍ତାଟିଏ ଏ ଅଂଚଳ ବାସୀଙ୍କ ପାଇଁ ସାତ ସପନ ପାଲଟିଥିବାବେଳେ ବିଲ ହିଡ ହó ସମସ୍ତଙ୍କର ଯାତାୟତର ମାଧ୍ଯମ। ପ୍ରସୂତି ମହିଳା କିମ୍ବା ଅସୁସ୍ଥ ଲୋକେ ଏହି ଗ୍ରାମରୁ ଡାକ୍ତରଖାନା ଯିବାପାଇଁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନବାହନ କଥା ଚିନ୍ତା କରିବା ମଧ୍ଯରେ ରୋଗୀ ଆରପାରିକୁ ଚାଲିଯିବା ଭଳି ପରିସ୍ଥିତି ଦେଖାଦେଇଥାଏ। ଘରପୋଡି ଭଳି ଜରୁରୀ କାଳୀନ ପରିସ୍ଥିତିରେ ଦମକଳଟିଏ ବି ସେଠାରେ ପହôପାରେନି। ଏଣୁ ଏଭଳି ଏକ ସମସ୍ୟା ଭୋଗୁଥିବା ଗାଁ ସଂପର୍କରେ ଚାନ୍ଦବାଲିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ େଯାଗାେଯାଗ କରିବାରେ ସେ ଚିରାଚରିତ ଭାଷାରେ ଖୁବ୍ଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉରଟିଏ ଏ ପ୍ରତିନିଧିକୁ ଦେଇଛନ୍ତି।