
ନୂଆଦିଲ୍ଲୀ– ଆଇସିସି ଚମ୍ପିୟନସ୍ ଟ୍ରଫି ବିଜେତା ଭାରତୀୟ କ୍ରିକେଟ ଟିମ୍ କୁ ସଂସଦର ଦୁଇ ସଦନରେ ସଦସ୍ୟମାନେ ସୋମବାର ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ଗୁଡିକ ନିମନ୍ତେ ଶୁଭକାମନା ଜଣାଇଛନ୍ତି । ଲୋକସଭାରେ ସଦନର କାର୍ଯ୍ୟବାହୀ ଆରମ୍ଭ ହେବା ପରେ ଅଧ୍ୟକ୍ଷ ଓମ୍ ବିର୍ଲା ରବିବାର ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ରେ ଭାରତୀୟ କ୍ରିକେଟ୍ ଟିମ୍ ର ଶାନଦାର୍ ବିଜୟ ହୋଇଥିଲା । ସେ କହିଥିଲେ ଯେ, ଏହି ଉପଲବ୍ଧିରୁ ସାରା ଦେଶରେ ଉତ୍ସାହ ଏବଂ ଉଲ୍ଲାସର ବାତାବରଣ ରହିଛି । ଏହା ସେହି ଯୁବବର୍ଗ ମାନଙ୍କ ନିମନ୍ତେ ପ୍ରେରଣା, ଯେଉଁମାନେକି ନିଜ ନିଜ କ୍ଷେତ୍ରରେ ଉତ୍କୃଷ୍ଟତମ କରିବାର ପ୍ରୟାସ କରୁଛନ୍ତି । ଏହା ଉପରେ ସଦନରେ ସଦସ୍ୟ ମାନେ ଭାରତୀୟ ଟିମ୍ କୁ ଅଭିନନ୍ଦନ ଜଣାଇଥିଲେ ।
ସେହିପରି ରାଜ୍ୟସଭାରେ ମଧ୍ୟ ସଦସ୍ୟମାନେ ଭାରତୀୟ କ୍ରିକେଟ୍ ଟିମ୍ କୁ ଏହି ମହତ୍ୱପୂର୍ଣ୍ଣ ବିଜୟ ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ଉପସଭାପତି ହରିବଂଶ ନାରାୟଣ ସିଂହ କହିଛନ୍ତି ଯେ, ଆଜି ମୁଁ ସଦନରେ ସାମିଲ୍ ହୋଇ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ କୁ ଆଇସିସି ଚମ୍ପିୟନସ୍ ଟ୍ରଫି – ୨୦୨୫ ରେ ବିଜୟ ନିମନ୍ତେ ଅଭିନନ୍ଦନ ଜଣାଉଛି । ଏହା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଖୁସିର କଥା ।