
ନୂଆଦିଲ୍ଲୀ– ଅଖିଳ ଭାରତୀୟ ମହିଳା କଂଗ୍ରେସର ଅଧ୍ୟକ୍ଷ ଅଳକା ଲାମ୍ବା ସୋମବାର ମହିଳା କଂଗ୍ରେସର ଅନ୍ୟ ସଦସ୍ୟଙ୍କ ସହିତ ଲୋକସଭା ଓ ବିଧାନସଭାରେ 33 ପ୍ରତିଶତ ମହିଳା ସଂରକ୍ଷଣ ତତ୍କାଳ ଲାଗୁ କରିବା ଦାବି ନେଇ ଜନ୍ତରମନ୍ତରରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଅଳକା ଲାମ୍ବା କେନ୍ଦ୍ର ସରକାରଙ୍କ ଉପରେ ମହିଳା ସଂରକ୍ଷଣ ସଂସଦରେ ପାରିତ ହେବା ସତ୍ତ୍ୱେ ଏହାର କ୍ରିୟାନ୍ୱୟନରେ ବିଳମ୍ବ କରୁଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଏହି ଆଇନ ୟୁପିଏ ସରକାର ପାରିତ କରିଥିଲେ କିନ୍ତୁ ଏହି ସରକାର ଏହା ନାଁରେ ଭୋଟ ମାଗି ଏହାକୁ ଦଶ ବର୍ଷ ହେବ ରୋକିଛନ୍ତି । କଂଗ୍ରେସର ବିଧାୟକ ଏହାକୁ ଲାଗୁ କରିବା ପାଇଁ ଲଢୁଥିବେ ।