
ଭୁବନେଶ୍ୱର– ବିଜେପି ରାଜ୍ୟ ସଭାପତି ଚୟନ ନିଷ୍ପତ୍ତିରେ ବିଳମ୍ବ ନେଇ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ପ୍ରତିକ୍ରିୟା ରଖିଛନ୍ତି । ବିଜେପିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ କେ. ଲକ୍ଷ୍ମଣ ନେବେ ଚୂଡ଼ାନ୍ତ ନିଷ୍ପତ୍ତି । ମାର୍ଚ୍ଚ ମାସରେ ହିଁ ହେବ ବିଜେପି ରାଜ୍ୟ ସଭାପତି ଚୟନ ହେବ ।
ସଂଗଠନଙ୍କୁ ଆଗକୁ ନେବା ପାଇଁ ଏକ୍ସସରସାଇଜ ଚାଲିଛି । ରାଜ୍ୟ ସଭାପତି କିଏ ହେବେ ସେ ନେଇ ବିଜେପିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ କେ. ଲକ୍ଷ୍ମଣ ନେବେ ଶେଷ ନିଷ୍ପତ୍ତି । ଓଡ଼ିଶାର ରାଜ୍ୟ ସଭାପତି ନିର୍ବାଚନ ଅଧିକାରୀ ଭାବେ ସଞ୍ଜୟ ଜୟସ୍ଵାଲ ଦାୟିତ୍ଵରେ ଅଛନ୍ତି । ଏବେ ସଂଗଠନକୁ ନେଇ ଏକ୍ସସରସାଇଜ ଚାଲିଛି ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି।