
ଭୁବନେଶ୍ୱର– ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ଦଳ ସରକାରକୁ ଆସିଥିବାରୁ ଆଶାୟୀଙ୍କ ସଂଖ୍ୟା ବଢ଼ିବା ସ୍ଵାଭାବିକ । ନିଗମ, ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି । ନିଖୁଣ ଭାବେ ସବୁ କାମ ସାରିବାକୁ ପ୍ରୟାସ ଚାଲିଥିବାରୁ ଟିକେ ବିଳମ୍ବ ହେଉଛି । ନେତା ଓ କର୍ମୀଙ୍କ ଆଗ୍ରହ ଓ ବିଭିନ୍ନ କ୍ଷେତ୍ରରେ ଥିବା ସେମାନଙ୍କ ଅନୁଭୂତି, ଅଭିଜ୍ଞତାକୁ ଦୃଷ୍ଟିରେ ରଖି, ସଙ୍ଗଠନ ଓ ସରକାର ମଧ୍ୟରେ ସମନ୍ଵୟ ରଖି ଦଳ ଏ ପଦବୀରେ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ପାଇଁ ଚିନ୍ତା କରୁଛି । ଆମ ଦଳରେ ଜଣିକିଆ ନିଷ୍ପତ୍ତି ହୁଏ ନାହିଁ । ସମସ୍ତଙ୍କ ସହ ବିଚାର ବିମର୍ଷ କରି ନିଷ୍ପତ୍ତି ହେବ । ମାର୍ଚ୍ଚ ଶେଷ ସୁଦ୍ଧା ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ସରିବା ନେଇ ଆଶା ରଖାଯାଇଛି ବୋଲି ସେ କହିଛନ୍ତି ।