
ଭୁବନେଶ୍ୱର– ମାର୍କେଟରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ । ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ମେଡ଼ିସିନ । ମାର୍କେଟରେ ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନମାନର ବୋଲି ଧରାପଡ଼ିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କଲିକତା, ହାଇଦ୍ରାବାଦ ଏହି ସବୁ ସ୍ଥାନରୁ ଓଡିଶାକୁ ଆସୁଥିଲା ନକଲି ମେଡ଼ିସିନ । ତିନି ବର୍ଷରେ ୧୦୩ଟି ମେଡ଼ିସିନ ନିମ୍ନମାନର ଥିବା ଧରାପଡ଼ିଛି । ୪ ସପ୍ଲାୟରଙ୍କ ସମେତ ସେହି କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯାଇଛି । ୨୦୨୨-୨୩ ରେ ୪୫ ଟି ମେଡ଼ିସିନକୁ ନିମ୍ନମାନର ଘୋଷଣା କରାଯାଇଛି । ସେହିପରି ୨୦୨୩-୨୪ ରେ ୩୨ ଟି, ୨୦୨୪-୨୫ ରେ ୨୬ ଟି ମେଡ଼ିସିନ ନିମ୍ନମାନର ଥିବା ଧରାପଡ଼ିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।