
ଭୁବନେଶ୍ୱର– ଆଗାମୀ ୫ ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବାଧିକ ତାପମାତ୍ରା (ଦିନ ତାପମାତ୍ରା) ଧିରେ ଧିରେ ୨ରୁ ୪ ଡ଼ିଗ୍ରୀ ବୃଦ୍ଧି ପାଇପାରେ । ଆଗାମି ୫ ଦିନ ମଧ୍ୟରେ ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର ଏବଂ ଝାରସୁଗୁଡ଼ା ଆଦି ଜିଲ୍ଲାର ଆଇସୋଲେଟେଡ୍ ସ୍ଥାନ ମାନଙ୍କରେ ସର୍ବାଧିକ ତାପମାତ୍ରା ପୁନଃ ପ୍ରାୟ ୪୦ ଡ଼ିଗ୍ରୀ କିମ୍ବା ଏହା ଉପରେ ରହିପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।