-
ଆକ୍ରାନ୍ତ ହୋଇଥିବା ଆଶଙ୍କା କରି ସିଡିଏମଓଙ୍କୁ ଚିଠି ଲେଖିଲେ ଡାକ୍ତରୀ ଛାତ୍ର
କନ୍ଧମାଳ/ଭୁବନେଶ୍ୱର – କନ୍ଧମାଳ ଜିଲ୍ଲାରେ କରୋନା ଭାଇରସ୍ ଆଶଙ୍କା ଦେଖାଦେଇଛି । ଏହି ଜିଲ୍ଲା ଫୁଲବାଣୀ ଅଂଚଳର ଜଣେ ଡାକ୍ତରୀ ଛାତ୍ର ଏଥିରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରି ନିଜ ଆଡୁ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି । ଡାକ୍ତରୀ ଛାତ୍ର ଜଣକ ଚୀନ୍ ରେ ଏମବିବିଏସ୍ ପଢୁଥିଲେ । ଗତ ୧୧ ତାରିଖରେ ସେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ତାଙ୍କୁ ଥଣ୍ଡା କାଶ ଛାଡୁ ନଥିବାରୁ ସେ ଏହି ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଛାତ୍ରଙ୍କ ଚିଠି ପରେ ତାଙ୍କୁ ଚିକିତ୍ସା ପାଇଁ ଏସସିବି ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କନ୍ଧମାଳ ସିଡିଏମଓ ରାଜଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।