
ବ୍ରହ୍ମପୁର :ଓମଫେଡ୍ ହେଉଛି ରାଜ୍ୟ ସରକାରଙ୍କ ପରିଚାଳନାଧୁନ ଏକ ସମବାୟ ସଂସ୍ଥା । ଦୀର୍ଘ 45 ବର୍ଷ ହେଲା ଏହି ସଂସ୍ଥା ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଲାଭ ଦେଇ ଆସିଛି । ସମଗ୍ର ରାଜ୍ୟରେ ମୋଟ 4 ହାଜର 5ଟି ସମବାୟ ସମିତି ଗଠନ ହୋଇଛି । ଏଥିରେ 3 ଲକ୍ଷ 32 ହାଜର 107 ସଦସ୍ୟ ପ୍ରତ୍ୟକ୍ଷ ଭାବେ ଜଡିତ ରହିଛନ୍ତି । ଏବେ ରାଜ୍ୟରେ 13ଟି ଡେରୀ ପ୍ଲାଣ୍ଟ ରହିଥିବା ବେଳେ 397ଟି ଚିଲ୍ଲିଙ୍ଗ ପ୍ଲାଣ୍ଟ ବା ବଦ୍ଧ ମିଲ୍କ ଚିଲିଙ୍ଗ ପ୍ଲାଣ୍ଟ ରହିଛି ।
ଗଞ୍ଜାମ ଜିଲ୍ଲାର ଚାଷୀଭାଇମାନଙ୍କୁ ଦୁଗ୍ଧର ଗୁଣବତ୍ତା ମାପିବା ପାଇଁ ଅତ୍ୟାଧୁନିକ ଯନ୍ତ୍ର କ୍ରୟ ବାବଦରେ ଜିଲ୍ଲାପାଳ 45 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଗଞ୍ଜାମ-ଗଜପତି ଜିଲ୍ଲାର ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ଦୁଗ୍ଧ ବିଲ୍ ବାବଦକୁ ବିଭାଗୀୟ ମନ୍ତ୍ରୀ 68 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ ହେବା ଆମ ସରକାରର ଏକ ଯୁଗାନ୍ତକାରୀ ପଦକ୍ଷେପ । କାରଣ ଚାଷୀର ବିକାଶ ହେଲେ, ରାଜ୍ୟ ବିକଶିତ ହେବ । ଏଣୁ ସରକାର ଚାଷୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ତା ମଧ୍ୟରେ ଏହି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ୟତମ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ଦ୍ବାରା ଗୋପାଳକଙ୍କ ପାଇଁ ଏକାଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ ବ୍ରହ୍ମପୁର ମହା ନଗର ନିଗମ ସମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମ ରେ କହିଛନ୍ତି l
ଗୋପାଳନ ଓ ମଇଁଷି ପାଳନ ପାଇଁ 60ରୁ 70 ପ୍ରତିଶତ ରିହାତି ଦିଆଯାଉଛି । ଗାଈ ମଇଁଷିଙ୍କ ବୀମାକରମ ପାଇଁ 85 ପ୍ରତିଶତ ରିହାତି ଦିଆଯାଉଛି । ଅଭାବୀ ସମୟରେ ଓଫେଡ୍, ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ଅତିରିକ୍ତ 5 ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବ । ଏହା ଦ୍ବାରା ଯେଉଁ ଦୁଗ୍ଧଚାଷୀମାନେ ସମବାୟ ସମିତି ଜରିଆରେ ଓମଡକୁ ନିୟମତ କ୍ଷୀର ଦେଉଥିବେ ଏବଂ ଦୁଗ୍ଧର ସର୍ବନିମ୍ନ ଗୁଣବତ୍ତା ମାନକ ରକ୍ଷାକରୁଥିବେ, ସେମାନେ ଏହି ଅତିରିକ୍ତ ଅର୍ଥ ପାଇପାରିବେ ।
ଗଞ୍ଜାମ ଜିଲ୍ଲାରେ କ୍ଷୀର ଘୋର ଅଭାବ ରହିଛି । ଅନ୍ୟ ଜିଲ୍ଲାରୁ ଦୁଗ୍ଧ ଆସୁଛି ଗଞ୍ଜାମ ଜିଲ୍ଲାକୁ । କେବଳ ସେତିକି ନୁହେଁ, ଖାସ୍ ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ ପୁନଃ ସଂଗଠିତ କରିବା ପାଇଁ ଓନେଡ୍ ପକ୍ଷରୁ ବିଭିନ୍ନ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି । ଏବେ ଗଞ୍ଜାମ ଜିଲ୍ଲାରେ 127ଟି ସମବାୟ ସମିତି କାର୍ଯ୍ୟକ୍ଷମ ରହିଥିବା ବେଳେ ଠେରୁ ଅଧିକ ସମବାୟ ସମିତି ଅଚଳ ହୋଇଯାଇଛି । ସେଗୁଡିକୁ ପୁନଃ ସଂଗଠିତ କରିବା ସହ ଆହୁରି ନୂଆ ସମବାୟ ସମିତି ଗଠନ କରିବାକୁ ନିଷ୍ପଭି ହୋଇଛି । ଜିଲ୍ଲାର 22ଟି ବ୍ଲକରୁ 20ଟିରେ 127ଟି ସମବାୟ ସମିତି ରହିଛି । ଏଥିରେ ମୋଟ 148ଟି ଗ୍ରାମ ପଞ୍ଚାୟତରୁ ଓଫେଡ୍ ଦୁଗ୍ଧ ସଂଗ୍ରହ କରୁଛି । ଏବେ ଜିଲ୍ଲାରେ ଦୈନିକ ପ୍ରାୟ 40 ହଜାର ଲିଟର ଦୁଗ୍ଧର ଆବଶ୍ୟକତା ରହିଥିବା ବେଳେ ଉତ୍ପାଦନ ହେଉଛି ମାତ୍ର 7ରୁ 8 ହଜାର ଲିଟର । ଅବଶିଷ୍ଟ ଦୁଗ୍ଧ ଆସୁଛି ଅନ୍ୟ ଜିଲ୍ଲାରୁ ।
ବ୍ରହ୍ମପୁରରେ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି । ଦୈନିକ 50 ହଜାର ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହେବାର କ୍ଷମତା ମଧ୍ୟ ରହିଛି ବୋଲି କହିଛନ୍ତି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସଂପଦ ମନ୍ତ୍ରୀ ।
ଖାସ୍ କରି ଗଞ୍ଜାମ ଜିଲ୍ଲାରେ ଆଗାମୀ ତିନି ବର୍ଷ ମଧ୍ୟରେ ଅତିରିକ୍ତ 157ଟି ସମବାୟ ସମିତି ଗଠନ କରିବାକୁ ଲକ୍ଷ୍ୟ ରଖୁଛୁ । ଏଥିରେ ପ୍ରାୟ ହଜାର ଚାଷୀ ରହିବେ । ଦୁଗ୍ଧ ଉତ୍ପାଦନ ଦୈନିକ 15 ହଜାର ଲିଟରକୁ ବୃଦ୍ଧି କରିବା ପାଇଁ ଯୋଜନା କରାଯାଇଛି । ଗୋପାଳନକୁ ପ୍ରୋତ୍ସାହିତ କରିବା ସହ ତାର ଆନୁସଂଗୀକ ବ୍ୟବସ୍ଥା କରିବା ରାଜ୍ୟ ସରକାରଙ୍କ ପକ୍ଷରୁ ଓମେଡକୁ 65 କୋଟି ଟଙ୍କା ଦିଆଯାଇଛି । ବନ୍ଦ ହୋଇପଡିଥିବା ଠେଟି ସମବାୟ ସମିତିଗୁଡିକୁ ପୁନଃଗଠନ ସହ ନୂଆ ସମବାୟ ସମିତି ଗଠନ କରାଯିବ । ଏହା ଦ୍ବାରା ଦୁଗ୍ଧ ଉତ୍ପାଦନ କ୍ଷମତା ୫ ହଜାର ଲିଟରରୁ 15 ହଜାର ଲିଟରକୁ ବୃଦ୍ଧି ପାଇବ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ 50 ଜଣଙ୍କୁ ଗୋ ଆହେଡ୍ ଲେଟର ବା କାର୍ଯ୍ୟ ଆଗେଇ ନେବା ପାଇଁ ପତ୍ର ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ସମେତ ଚିକିଟି ବିଧାୟକ ମନୋରଞ୍ଜନ ସାମନ୍ତରାୟ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ବିଧାୟକ ପ୍ରାତପ ନାୟକ,ପୂର୍ଣ୍ଣ ଚନ୍ଦ୍ର ସେଠି,ମେୟର ସଙ୍ଘ ମିତ୍ରା ଦଳେଇ,ଓମଫେଡ଼ ର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ମୁଖ୍ୟ ପରିଚାଳନା ନିର୍ଦେଶକ ଓମଫେଡ଼ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲାପାଳ ଦିବ୍ୟ ଜୋତି ପରିଡା ଙ୍କ ସମେତ ଓମଫେଡ଼ ର ସମସ୍ତ ଅଧିକାରୀ ଗଞ୍ଜାମ ଓ ଗଜପତି ଜିଲ୍ଲା ର ଶତାଧିକ ଚାଷୀ ଯୋଗ ଦେଇଥିଲେ l