
ଭୁବନେଶ୍ୱର,ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ବର୍ଗତ ଅନନ୍ତ ଦାସଙ୍କ ବିୟୋଗରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ସ୍ବର୍ଗତ ଦାସ ଜଣେ ଜନପ୍ରିୟ ନେତା ଥିଲେ । ଭୋଗରାଇ ତଥା ବାଲେଶ୍ୱର ଜିଲ୍ଲା ଓ ରାଜ୍ୟର ଉନ୍ନତିରେ ତାଙ୍କର ଅବଦାନ ପାଇଁ ସର୍ବଦା ସେ ମନେ ରହିବେ l
ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ସେ କରି ଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ମରଣୀୟ ରହିବେ ବୋଲି ଶ୍ରୀ ପାତ୍ର ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି l
ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମନ୍ତ୍ରୀ ଶ୍ରୀ ପାତ୍ର ସମବେଦନା ଜ୍ଞାପନ କରିଛନ୍ତି ।