
ଭୁବନେଶ୍ୱର– ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ୧ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଆବଣ୍ଟନ କରାଯାଇଛି। ଏହି ଅବସରରେ ବରଗଡ଼, ନିଶାମଣି ପଡ଼ିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ ଏବଂ ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ ମଧ୍ୟ ଉପସ୍ଥିତ ଥିଲେ। ମହିଳା ସଶକ୍ତିକରଣର ଏହି ଅଭିଯାନ ରାଜ୍ୟର ସମସ୍ତ ମହିଳାଙ୍କୁ ଏକ ନୂଆ ଦିଗ ଦେଖାଉଛି ଏବଂ ରୋଜଗାରକ୍ଷମ କରାଇ ଆର୍ଥିକ ସ୍ୱାଧୀନତାର ନୂଆ ଅବସର ଦେଉଛି ବୋଲି ମନ୍ତ୍ରୀ କହିଛନ୍ତି।