
-
ହାଇକୋର୍ଟ ଜଜ ଠୁ ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଦେଲେ ଯୋଗ
-
ବିଭିନ୍ନ ପଦବୀ ଓ କୃତିତ୍ୱ ହାସଲ କରିଥିଲେ ମଧ୍ୟ ସବୁ କିଛି ଉପରେ ସମସ୍ତେ ଜଣେ ମହିଳା ଭାବେ ଗର୍ବିତ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
-
ନାରୀ ଶକ୍ତି ହିଁ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ପ୍ରତୀକ ହେବ
ଭୁବନେଶ୍ୱର, ଆଜି ତଥା ଅନ୍ତର୍ଜାତୀୟ ମହିଳା ଦିବସ – ୨୦୨୫ ର ଗୋଟେ ଦିନ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନ୍ତର୍ଜାତୀୟ ମହିଳା ଦିବସ କୁ ନିଆରା ଢଙ୍ଗରେ ପାଳିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଓ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ରେ ଉଚ୍ଚ ପଦବୀ ଥିବା ମହିଳା ବ୍ୟକ୍ତିତ୍ୱମାନେ ଆଜି ଏକ ଛାତ ତଳେ ଏକାଠି ହୋଇଥିଲେ। ପଦ ପଦବୀ କୁ ଭୁଲି ସମସ୍ତେ ଜଣେ ମହିଳା ହିସାବରେ ଆଜି ଏହି ଉତ୍ସବକୁ ଉପଭୋଗ କରିଥିଲେ।
ମାନ୍ୟବର ଉପ- ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମସ୍ତଙ୍କ ସହ କଥାବାର୍ତ୍ତା ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଲେ ଯେ ଆଗାମୀ ଦିନରେ ନାରୀଶକ୍ତି ହିଁ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ପ୍ରତୀକ ହେବ। ଏହା ସହ ମାନ୍ୟବର ବିଧାନସଭା ବାଚସ୍ପତିଙ୍କ ସହ ମହିଳା ରାଜନେତା, ସମାଜସେବୀ, ମହିଳା ଓକିଲବୃନ୍ଦ , ଅଣସରକାରୀ ସଂସ୍ଥା ରେ କାର୍ଯ୍ୟରତ ମହିଳା, ଉଚ୍ଚପଦସ୍ଥ ମହିଳା ଅଧିକାରୀବୃନ୍ଦ ଓ କର୍ମଚାରୀବୃନ୍ଦ ଅଡ଼ି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ।