ସେହିପରି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମୀ ତରଫରୁ ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ପ୍ରଦାନ କରାଯିବ । ଚଳିତ ବର୍ଷ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ବୁଦ୍ଧ ସମ୍ମାନରେ ସମ୍ମାନିତ କରାଯିବ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ । ଏହା ବ୍ୟତୀତ ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାୟିତ୍ୱ ନିଭାଇଥିବା ୬ ଜଣଙ୍କୁ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ । ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଓଡିଶୀ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା, ଓଡିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ଆଲୋକା କାନୁନଗୋ, ଡ଼କ୍ଟ୍ର ଦେବୀ ମିଶ୍ର, ଡ଼କ୍ଟ୍ର ନିରଞ୍ଜନ ତ୍ରିପାଠୀ ଓ ଡକ୍ଟର ସ୍ୱାତି ତ୍ରିପାଠୀ ଏବଂ ଜଣାଶୁଣା ମଂଚ ଆଲୋକ ସମ୍ପାଦନାକାରୀ
ଜୟଦେବ ଦାସ ।
ଫେବୃଆରୀ ୯ ତାରିଖ ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ସେମାନଙ୍କ ନୃତ୍ୟ ଓ ସଂଗୀତ ପରାକାଷ୍ଠା ଦେଖାଇବେ । ଓଡିଶୀ ବ୍ୟତୀତ ଦର୍ଶକ ଛଉ , କଥକ , ମର୍ଦ୍ଦଳ ବାଦନ, କଲରିପାୟୁତୁ ଆଦି ଦେଖିପାରିବେ ।