
ଭୁବନେଶ୍ୱର, ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ରାଜ୍ୟ ଟ୍ରାନ୍ସପୋର୍ଟ ଅଥୋରିଟିର ଡେପୁଟି କମିଶନର ଶ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏହି ଚଢାଉରେ 2ଜଣ ଅତିରିକ୍ତ ଏସପି, 13ଜଣ ଡିଏସପି, 12ଜଣ ଇନସପେକ୍ଟର, 25ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ୍ ସାମିଲ ହୋଇଛନ୍ତି । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କଟକର 9ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।