
ଧର୍ମଶାଳା- ବାଇକକୁ ଧକ୍କା ଦେଲା ବେଆଇନ ବାଲି ବୋଝେଇ ଟ୍ରାକ୍ଟର । ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ମେଡ଼ିକାଲରେ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ଗୋପନଗର ବେଆଇନ ବାଲି ଘାଟ ନିକଟରେ । ବ୍ରାହ୍ମଣୀ ଶାଖା କେଲୁଅ ନଦୀ ଘାଟରୁ ରାତିଅଧିଆ ବେଆଇନ ବାଲି ଚୋରା ଚାଲାଣ ବେଳେ ଏହି ଅଘଟଣ ଘଟିଥିବା କୁହାଯାଇଛି । ବାଇକକୁ ଟ୍ରାକ୍ଟର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକର ଧର୍ମଶାଳା ମେଡ଼ିକାଲରେ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଧର୍ମଶାଳା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ପ୍ରଶାସନ ସବୁ ଦେଖି ଜେମିତି ଆଖିରେ ଅନ୍ଧପୁଟୁଳି ବାନ୍ଧି ଚୁପ ବସିଛି । ଯାହାକୁ ନେଇ ଆଜି ଦୁଇଟି ନିରୀହ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ସ୍ଥାନିୟ ଲୋକେ କହିଛନ୍ତି । ବାଇକ୍ ଆରୋହୀ ଭଗବାନପୁର ଅଞ୍ଚଳର ରବିନ୍ଦ୍ର ମଲିକଙ୍କ ପୁଅ ଦେବାଶିଷ ମଲିକ ହୋଇଥିବା ବେଳେ ଅନ୍ୟ ଜଣକର ଘର ନୁଆପାଟଣା ଗ୍ରାମରେ l ସେ ନିଧିଆ ମଲିକଙ୍କ ପୁଅ ସାଗର ମଲିକ ବୋଲି ଜଣାପଡ଼ିଛି । ସାଗର ବର୍ଷେ ହେବ ବିବାହ କରିଥିଲେ । ଏହି ଘଟଣା ଘଟିବା ପରେ ପରିବାର ଓ ସ୍ଥାନୀୟ ଲୋକେ ଉତେଜିତ ହୋଇ ପଡ଼ିଛନ୍ତି । ପରିବାରକୁ ନ୍ୟାୟ ଦାବି ସହ ବେଆଇନ ବାଲି ଘାଟକୁ ବନ୍ଦ କରିବାକୁ ଦାବି କରିଛନ୍ତି ।