
ବଲାଙ୍ଗିର, ନିଜର ଜନ୍ମ ଦିବସରେ ମୃତ୍ୟୁ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସହର ଗାନ୍ଧୀନଗର ପଡାରେ। ସେ ନିଜ ୬୪ ତମ ଜନ୍ମ ଦିବସରେ ସମସ୍ଟଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଗାନ୍ଧୀନଗର ପଡା ବାସିନ୍ଦା ପୂର୍ବତନ ପୋଲିସ ଅଧିକାରୀ ରଜନୀକାନ୍ତ ମିଶ୍ର । ଗତ ୬ ମାସ ହେବ ଯକୃତ ରୋଗରେ ଆକ୍ରାନ୍ତ ହୋଇଥିଲେ ରଜନୀ । ଗତକାଲି ସକାଳେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ବଲାଙ୍ଗିର ବିଭୁତିପଡା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ବଡ ପୁଅ ଜୟପ୍ରକାଶ ମିଶ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ରଜନୀ କାନ୍ତ ବଲାଙ୍ଗିର ଏସ.ପି. ଅଫିସରେ ଏ.ଏସ.ଆଇ. ଭାବରେ ପଦୋନ୍ନତି ପାଇଁ ଅବସର ନେଇଥିଲେ । ଜଣେ ଜଣାଶୁଣା ଫୁଟବଲ ଖେଳାଳି, ସଂଗଠକ, ପରୋପକାରୀ ଭାବରେ ବେଶ ଜଣାଶୁଣା ଥିଲେ ରଜନୀ । ଗାନ୍ଧୀନଗର ପଡା ଦୁର୍ଗାପୂଜା କମିଟିର ପ୍ରଥମ ସଭାପତି ଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ରଜନୀଙ୍କ ଅନ୍ତିମ ଦର୍ଶନ କରିଥିଲେ ।