
ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡ ଗସ୍ତରେ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମୁଖୱାରେ ମାଆ ଗଙ୍ଗାଙ୍କ ଶୀତକାଳୀନ ପ୍ରବାସ ସ୍ଥଳରେ ପହଂଚି ପୂଜାର୍ଚ୍ଚନା କରିବେ ।
ପିଏମ ମୋଦି ସକାଳ ପ୍ରାୟ ସାଢେ 9ଟାରେ ମୁଖୱାରେ ମାଆ ଗଙ୍ଗାଙ୍କ ଶୀତକାଳୀନ ପ୍ରବାସ ସ୍ଥଳରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ସକାଳ ପ୍ରାୟ 10.40 ମିନିଟ୍ ସମୟରେ ପଦଯାତ୍ରା ଓ ବାଇକ ରାଲିର ଶୁଭାରମ୍ଭ କରିବେ । ସେ ହର୍ଷିଲରେ ଏକ ସାର୍ବଜନୀକ ସମାରୋହରେ ଜନସମୂହକୁ ସଂବୋଧିତ କରିବେ ।