
ନୂଆଦିଲ୍ଲୀ -ରାଇସିନାର ପାହାଡ ସ୍ଥିତ ଭାରତର ଆନ୍-ବାନ-ସାନର ଓ ବୈଭବର ପ୍ରତୀକ ରାଷ୍ଟ୍ରପତି ଭବନରେ ଆଜିଠାରୁ ମାର୍ଚ୍ଚ 9 ତାରିଖ ଯାଲ ରାଜ୍ୟର ବହୁରଙ୍ଗ ଦେଖିବାକୁ ମିଳିବ । ସମସ୍ତ ଲୋକଙ୍କ ପାଇଁ ପ୍ରବେଶ ନିଶୁଳ୍କ ରହିଛି । ଲୋକେ ସକାଳ 10ଟାରେ ପହଂଚି ସନ୍ଧ୍ୟା 8ଟା ଯାଏ ବିବିଧତାର ଅମୃତ ମହୋତ୍ସବର ଏହି ଉତ୍ସବରେ ସାମିଲ ହୋଇପାରିବେ । ପ୍ରବେଶ ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର 35ରୁ ହେବ ।
ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିବିଧତାର ଅମୃତ ମହୋତ୍ସବର ଦ୍ୱିତୀୟ ସଂସ୍କରଣର ଉଦଘାଟନ କରିଛନ୍ତି । ସେ କହିଛନ୍ତି ଯେ, ଏହି ଆୟୋଜନ ମାଧ୍ୟମରେ ଲୋକେ ଦକ୍ଷିଣ ଭାରତର କଳା ଓ ସଂସ୍କୃତି ସଂପର୍କରେ ଅବଗତ ହୋଇପାରିବେ । ରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ଣ୍ଣାଟକ, କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଲାକ୍ଷାଦ୍ୱୀପ ଓ ପୁଡୁଚେରୀର ସମୃଦ୍ଧ ଐତିହ୍ୟ ଓ ଜୀବନ୍ତ ସଂସ୍କୃତିକୁ ଦେଖିବାକୁ ଓ ବୁଝିବାର ସୁଯୋଗ ମିଳିବ ।