
ଭୁବନେଶ୍ୱର– ନବୀନ ପାପ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନ ଉପରେ ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା। ସେ କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀମହାପାପ କରିଛନ୍ତି। ଗୋଇଠା ମାରି ବିଷ୍ଣୁ କହିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ ପାପର ବିଚାର ଓଡ଼ିଶାବାସୀ କରିବେ। ବିଜୁ ଜୟନ୍ତୀରେ ପଂଚାୟତିରାଜ ଦିବସ ପାଳିଲେ ନାହିଁ। ମହିଳା ଦିବସରେ କିପରି ସୁଭଦ୍ରା ଦିବସ ପାଳନ କରୁଛନ୍ତି। ସରକାରଙ୍କ ଏ ନିୟମ କ’ଣ ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ଗଣେଶ୍ୱର ବେହେରା।