
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ, ଉତ୍ତରାଖଣ୍ଡରେ କୌଣସି ବି ଋତୁ ଅଫ୍ ସିଜିନ ହେବା ଉଚିତ୍ ନୁହେଁ ଏବଂ ପର୍ଯ୍ୟଟନକୁ ଏଠାରେ ପ୍ରତି ପାଗରେ ଚାଲୁ ରଖିବା ଉଚିତ୍ । ସେ ରାଜ୍ୟରେ ବାରମାସୀ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ତରାଖଣ୍ଡର ହର୍ଷିଲରେ ଟ୍ରକ ଓ ବାଇକ ରାଲିକୁ ପତାକା ଦେଖାଇବା ପରେ ଶୀତକାଳୀନ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ପ୍ରଧାନମନ୍ତ୍ରୀ ଉତ୍ତର କାଲୀ ଜିଲ୍ଲାର ହର୍ଷିଲରେ ଉପସ୍ଥିତ ଲୋକଙ୍କୁ ସଂବୋଧିତ କରିଛନ୍ତି । ସେ ମାଣା ଗାଁରେ ହୋଇଥିବା ହିମସ୍ଖଳନ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର ପ୍ରତି ନିଜ ସମବେଦନା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ସଙ୍କଟର ଏହି ସମୟରେ ଦେଶର ଲୋକ ପ୍ରଭାବିତ ପରିବାର ସହିତ ଏକଜୁଟତାର ସହ ଠିଆ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ଓ ଏହାକୁ ବର୍ଷସାରା ଚାଲୁଥିବା ଗତିବିଧି କରିବା ଉତ୍ତରାଖଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକ ଅଟେ । ସେ କହିଥିଲେ ଯେ, ଉତ୍ତରାଖଣ୍ଡରେ କୌଣସି ଅଫ-ସିଜନ୍ ନହେବା ଉଚିତ୍ ଏବଂ ପର୍ଯ୍ୟଟନ୍ ସମସ୍ତ ଋତୁରେ ବିକଶିତ ହେବା ଉଚିତ୍।