
ନୂଆଦିଲ୍ଲୀ- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋସିଆଲ ଡେମୋକ୍ରେଟିକ ପାର୍ଟି ଅଫ୍ ଇଣ୍ଡିଆ ସହିତ ଜଡିତ 12ଠିକଣାରେ ରେଡ୍ କରିଛି । କେନ୍ଦ୍ରୀୟ ଯାଂଚ ଏଜେନ୍ସିର ଏହି ରେଡ୍ ଏସଡିପିଆଇ ମୁଖ୍ୟାଳୟ ସମେତ ଦିଲ୍ଲୀରେ ଦୁଇଟି ସ୍ଥାନରେ ଚାଲିଛି ।
ଔପଚାରିକ ସୂତ୍ର ପକ୍ଷରୁ କୁହାଯାଇଛି ଯେ, ଇଡି ଏସଡିପିଆଇ ପ୍ରାୟ 12 ଠିକଣାରେ ରେଡ୍ କରିଛି । କେନ୍ଦ୍ରୀୟ ଯାଂଚ ଏଜେନ୍ସିର ଏହି ରେଡ୍ ନୂଆଦିଲ୍ଲୀ, ଉତର ପ୍ରଦେଶର ଲକ୍ଷ୍ନୌ, ତାମିଲନାଡୁର ଚେନ୍ନାଇ, ଝାରଖଣ୍ଡର ପାକୁଣ୍ଡ, କେରଳରେ ଏସଡିପିଆଇ ମୁଖ୍ୟାଳୟ ତିରୁବନନ୍ତପୁରମ ଓ ମଲପୁରମ, କର୍ଣ୍ଣାଟକର ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶର ନାଂଦୟାଲ, ମହାରାଷ୍ଟ୍ରର ଠେଣେ, ପଶ୍ଚିମବଙ୍ଗର କୋଲକାତା ଓ ରାଜସ୍ଥାନର ଜୟପୁରରେ ଚାଲିଛି ।