
ନୂଆଦିଲ୍ଲୀ, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ବିଜ୍ଞାନ ଭବନରେ ‘ନାରୀ ଶକ୍ତିରୁ ବିକଶିତ ଭାରତ’ ବିଷୟ ଉପରେ ଏକ ଜାତୀୟ ସ୍ତରର ସମ୍ମିଳନୀ ଆୟୋଜିତ କରିବାକୁ ଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମିଳନୀର ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଓ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁରଙ୍କ ସହିତ ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ଅତିଥି ସାମିଲ ହେବେ । ଏହି ଅବସରରେ ହ୍ୟାସ ଟ୍ୟାଗ ସି ବିଲ୍ଡ ଭାରତ ମାଧ୍ୟମରେ ଏକ ବ୍ୟାପକ ଅଭିଯାନ ବି ଚଳାଯାଉଛି ।