
ଭୁବନେଶ୍ୱର– ଅଙ୍ଗନବାଡି କର୍ମୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି । ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ ଶହ ଓ ସହାୟକଙ୍କୁ ୫ ଶହ ଟଙ୍କା ମିଳିବ। ସୁଭଦ୍ରା ଯୋଜନା ଘରେ ଘରେ ପହଂଚାଇଥିବାରୁ ସେମାନଙ୍କୁ ଏହି ପ୍ରୋତ୍ସାହନ ମିଳିବ। ପ୍ରଥମ କିସ୍ତିର ପଂଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ରିଲିଜ୍ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି।
ଶ୍ରୀମତୀ ପରିଡା କହିଛନ୍ତି ସୁଭଦ୍ରା ସହାୟତା ରାଶି ୧କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ନିକଟରେ ପହଂଚାଇବାରେ ଅଙ୍ଗନବାଡି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ‘ସୁଭଦ୍ରା’ ଫର୍ମକୁ ଘରେ ଘରେ ପହଂଚାଇବା ପାଇଁ ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ ଶହ ଓ ସହାୟିକାଙ୍କୁ ୫ ଶହ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ ।ସୁଭଦ୍ରା ପ୍ଲସ ଜରିଆରେ କେବଳ ସହାୟତା ରାଶି ନୁହେଁ ବରଂ ମହିଳାଙ୍କୁ ଟ୍ରେନିଂ ଦେବା, ସ୍କିଲ ବଢାଇବା ଏବଂ ତାଙ୍କ ନିର୍ମିତ ଉତ୍ପାଦର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବା ସହ ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି ।