
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଞ୍ଚଳିକ ପରିବହନ ବିଭାଗ ତରଫରୁ ତଥା ଆରଟିଓ ଏବଂ ତାଙ୍କ ଟିମଙ୍କ ଦ୍ଵାରା ଅଚାନକ ଚଢାଉ କରାଯାଇଛି। ବିନା ପଞ୍ଜିକରଣରେ ଚାଲୁଥିବା ମୋଟର ଯାନ ସୋରୁମ ଗୁଡିକୁ ଫାଇନ କରାଯାଇଛି। ଏଥିରେ ୧୦ ଗୋଟି ଗାଡିକୁ ଜୋରିମାନା କରାଯାଇଛି । ମୋଟର ଯାନ ସୋରୁମ ମାନଙ୍କର ଅବଗତି ନିମନ୍ତେ ଜଣାଇଦିଆଯାଉଛି କି ଆଗାମୀ ଦିନମାନଙ୍କରେ ଏହାକୁ କତାକଡି କରାଯିବ। ଆଇନର ଅବମାନନା କରୁଥିବା ସୋରୁମ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ କୁହାଯଇଅଛି ।