
ଭୁବନେଶ୍ୱର–ଆଜି ଖୋଲା ରହିବ ସମସ୍ତ ସ୍କୁଲ ଓ କଲେଜ। ମାର୍ଚ୍ଚ ୫ ତାରିଖ (ବୁଧବାର) ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଛୁଟି ବାତିଲ୍ କରାଯାଇଛି ।
ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନକୁ ପରିବର୍ତ୍ତନ କରି ଏପ୍ରିଲ ୨୪ ତାରିଖ କରିବା ପରେ ଆଜି ମାର୍ଚ୍ଚ ୫ରେ ହେଉଥିବା ସରକାରୀ ଛୁଟିକୁ ବାତିଲ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି। ପରେ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ ସମାନ ଘୋଷଣା କରିଛି।