
ଭୁବନେଶ୍ୱର- ବକଟିରେ ନବକଳେବର ଉତ୍ସବର କଳସ ଯାତ୍ରାରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ କହିଛନ୍ତି ଯେ, ଆଜି ବକଟି ଠାରେ ଆୟୋଜିତ ନବ କଳେବର ଉତ୍ସବର କଳସ ଶୋଭାଯାତ୍ରାରେ ଯୋଗ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପା ଲାଭ କଲି। ଏହି ଭକ୍ତିମୟ, କୀର୍ତ୍ତନମୟ ପରିବେଶ ମୋତେ ଅତ୍ୟନ୍ତ ଆନନ୍ଦ ଓ ପରମ ଶାନ୍ତି ଦେଲା। ସ୍ଥାନୀୟ ଜନସାଧାରଣଙ୍କ ସୁଖ, ସମୃଦ୍ଧି ଏବଂ ମଙ୍ଗଳ କାମନା କରି ପ୍ରଭୁଙ୍କ ଚରଣରେ ଆଶିଷ ଭିକ୍ଷା କଲି।