
ଭୁବନେଶ୍ୱର – ଓଡିଶା ଅସ୍ମିତା ପାଇଁ ଆମେ ସ୍ୱର ଉତୋଳନ କରିଛୁ, ଆମ ମନରେ ପାପ ନାହିଁ । ଆମେ ଆମ ମହାପୁରୁଷଙ୍କୁ ସମ୍ମାନ ଦେଉ, ଏ ସରକାର ଥିବା ପର୍ଯ୍ୟନ୍ତ ଆମେ ଅବହେଳା କରିବୁ ନାହିଁ । ବିଜୁ ବାବୁ ଓଡିଶା ର ନୁହେଁ ବିଶ୍ୱର ବରପୁତ୍ର । ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇଛି, କିନ୍ତୁ ସେ ସ୍ୱପ୍ନ ପୂରଣ କ୍ଷେତ୍ରରେ ବିଜୁ ବାବୁଙ୍କୁ କୁଠାରଘାତ ହୋଇଛି ବୋଲି ପଂଚାୟତରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି।
ବିଜୁ ବାବୁ ପଂଚାୟତକୁ ସଶକ୍ତ କରିଥିଲେ କିନ୍ତୁ ଏମାନେ ସେ ସ୍ୱରୂପକୁ ଛିନଭିନ କରିଦେଲେ। ପଂଚାୟତ ସ୍ତରରେ ସରପଂଚଙ୍କ କ୍ଷମତା କାଢି ନେଲେ , ଗ୍ରାମସଭା ପ୍ରସ୍ତାବକୁ ଅନାଦର କଲେ। ଲୋକଙ୍କ ଭିତରେ ବିତୃଷ୍ନା ହେଲା। କିନ୍ତୁ ବିଜୁ ବାବୁଙ୍କ ପାଇଁ ନୁହେଁ ବିଜୁ ଜନତା ଦଳ ପାଇଁ। ଏହା ଲୋକ କହୁଛନ୍ତି। ଯେଉଁ ମାନେ ରାଜନୀତିକରଣ କରୁଛନ୍ତି ତାହା ଠିକ୍ ନୁହେଁ । ପାପ ବିଜୁ ଜନତା ଦଳ କରିଛି। ଏ ଓଡ଼ିଆ ଲୋକ ବିଜୁ ବାବୁଙ୍କୁ ଅସମ୍ମାନ କରିବେ ନାହିଁ କି କୌଣସି ସରକାର ଅବମାନନା କରିବ ନାହିଁ।