
ଭୁବନେଶ୍ୱର– ଗନ୍ଧମାର୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟିରେ ୧୦୦କୋଟିରୁ ଅଧିକ ଟଙ୍କା ଘୋଟାଲା ମାମଲାରେ ରାଜା ଚକ୍ର ଏବଂ ସହଯୋଗୀଙ୍କର ୧୦୦ରୁ ଅଧିକ ଆକାଉଂଟ ଠାବ ହୋଇଛି। ଆକାଉଂଟର ଟ୍ରାଞ୍ଜାକ୍ସନ ଯାଂଚ ଚାଲିଛି। ଜାଲ ଦସ୍ତାବିଜରେ କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ତଥ୍ୟ ପାଇଛି ଇଓଡବ୍ଲୁ। ଏହାସହ ଇଓଡବ୍ଲୁ ୨୫ଟି ବିଭିନ୍ନ ଗାଡି ଜବତ କରିଛି । ଏବେବି ରେଡ୍ ପ୍ରକ୍ରିୟା ଜାରି ରହିଛି । ବୁଧବାର ଚଢଉର ଦ୍ୱିତୀୟ ଦିନରେ ଇଓଡବ୍ଲୁରେ ହାଜର ହୋଇଛନ୍ତି ରାଜା ଚକ୍ରଙ୍କ ସହଯୋଗୀ ସମୀର କୁମାର ଜେନା । ସମୀରଙ୍କ ଆକାଉଂଟ ଏବଂ ଗନ୍ଧମାର୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟି ଆକାଉଂଟରୁ କୋଟି କୋଟି ଟଙ୍କା ଟ୍ରାଞ୍ଜକ୍ସନ ହୋଇଛି । କାହିଁକି, କଣ ପାଇଁ ଟଙ୍କା ଦିଆଯାଇଛି ତାର ଯାଂଚ କରୁଛି ଇଓଡବ୍ଲୁ।