
ଗୋପେଶ୍ୱର- ଚମୋଲି ଜିଲ୍ଲାର ଜ୍ୟୋତିର୍ମଠ ବିକାଶ ଖଣ୍ଡର ବଦ୍ରିନାଥ ହାଇୱେର ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଓ ବିଶ୍ୱ ପ୍ରସିଦ୍ଧ ଫୁଲ ଘାଟିକୁ ଯୋଡୁଥିବା ପୋଲ ବୁଧବାର ପାହାଡରୁ ପଥର ଖସିବା କାରଣରୁ ସଂପୂର୍ଣ୍ଣ ଭାବେ ଧ୍ୱସ୍ତ ହୋଇଯାଇଛି । ଏହାଦ୍ୱାରେ ଜିଲ୍ଲାରେ ଥିବା ଶିଖଙ୍କ ପବିତ୍ର ଧାର୍ମିକ ସ୍ଥଳ ହେମକୁଣ୍ଡ ସାହିବ ଓ ପ୍ରସିଦ୍ଧ ଫୁଲ ଘାଟି ମଧ୍ୟରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଯାତାୟତ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ।
ବୁଧବାର ସକାଳେ ପାହାଡରୁ ବଡ ପଥର ଖସିବା କାରଣରୁ ଶିଖଙ୍କ ପବିତ୍ର ଧାର୍ମିକ ସ୍ଥଳ ହେମକୁଣ୍ଡ ସାହିବ ଓ ପ୍ରସିଦ୍ଧ ଫୁଲ ଘାଟିକୁ ଯୋଡୁଥିବା ଗୋବିନ୍ଦଘାଟ ପୋଲ ଭାଙ୍ଗିଯାଇଛି । ଏହାଦ୍ୱାରା ହେମକୁଣ୍ଡ ସାହିବ, ଫୁଲ ଘାଟି ସହିତ ପୁଲନା ଓ ଭ୍ୟୁଂଡାରର ଗ୍ରାମବାସୀଙ୍କ ଯୋଗାଯୋଗ ମୁଖ୍ୟ ରାସ୍ତାରୁ ସଂପୂର୍ଣ୍ଣ ଭାବେ କଟିଯାଇଛି । ଏହାସହିତ ଅନେକ ଗାଡି ଅଳକାନନ୍ଦା ନଦୀର ସେପଟେ ଫସିରହିଛି ।