
ଚଣ୍ଡିଗଡ- ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାରରୁ ଦଶଦିନ ପାଇଁ ପଂଜାବର ହୋସିୟାରପୁର ଜିଲ୍ଲାର ଏକ କେନ୍ଦ୍ରରେ ବିପଶ୍ୟନାରେ ସାମିଲ ହୋଇଛନ୍ତି । ବିପଶ୍ୟନା ପାଇଁ ବ୍ୟାପକ ସୁରକ୍ଷା କାଫିଲା ସହିତ ଧ୍ୟାନ କେନ୍ଦ୍ରରେ ପହଂଚିଥିବା କେଜରିୱାଲଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭିଆଇପି ଟ୍ରିଟମେଂଟ ଦିଆଯିବାକୁ ନେଇ ରାଜ୍ୟସଭା ସଦସ୍ୟ ସ୍ୱାତୀ ମାଲିଭାଲ ଓ ଦିଲ୍ଲୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ପ୍ରଶ୍ନ ଉଠାଇଛନ୍ତି । କେଜରିୱାଲଙ୍କ କାଫିଲାର ତୁଳନା ଟ୍ରମ୍ପଙ୍କ କାଫିଲା ସହ ମାଲିଭାଲ କରିଥିବା ବେଳେ ସିରସା ବି କେଜରିୱାଲଙ୍କୁ ନିଶାନା କରିଛନ୍ତି ।
କେଜରିୱାଲ ମାର୍ଚ୍ଚ 5ରୁ 15 ଯାଏ ଆନନ୍ଦଗଡରେ ଧମ୍ମଧଜ ବିପଶ୍ୟନା ଯୋଗ କେନ୍ଦ୍ରରେ ଧ୍ୟାନ କରିବେ ।