
ଭୁବନେଶ୍ଵର ,ପୂର୍ବ ଦାବି ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ କାର୍ଯ୍ୟ ତ୍ବରାନ୍ବିତ କରାଇଥିବାରୁ ଧନ୍ୟବାଦ୍ ଦେବାସହ ଆଉ କିଛି ଲୋକାଭିମୁଖୀ କାର୍ଯ୍ୟ ପାଇଁ ଦାବି ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ନିମ୍ନ ଲିଖିତ କାର୍ଯ୍ୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ପୂର୍ବରୁ 10 ଟି ଦାବୀ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ। ସେ ସବୁ ରେ କାମ ଆଗେଇ ଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ସାଂସଦ….ଏହା ସହ ଆଉ ଦୁଇଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି..
*ପୂର୍ବ ଦାବି ମଧ୍ୟରୁ ତ୍ବରାନ୍ବିତ ହୋଇଥିବା କାର୍ଯ୍ୟ ଗୁଡ଼ିକ ହେଉଛି*
() ଦୁଇ ମାସ ଭିତରେ ସହିଦନଗର ହାଟରେ ରହୁଥିବା 500 ଦୋକାନୀ ମାନଙ୍କ ପାଇଁ ଆଡଭାନ୍ସ ପୋଜେକ୍ସନ ଦୁଇ ଏକର ଜମି ମୁଖ୍ୟମନ୍ତ୍ରୀ ଙ୍କ ଆଦେଶରେ ଦିଆଯାଇଛି…BMC ସହାୟତା ରେ ଭଲ ମାର୍କେଟ କମ୍ଲେକ୍ସ ହେବ… ସହିଦନଗର ର 500 ଦୋକାନୀ ଲାଭନ୍ୱିତ ହେବେ।