
ନୂଆଦିଲ୍ଲୀ– କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ତାର 56ତମ ସ୍ଥାପନା ଦିବସ ଉପଲକ୍ଷେ ମାର୍ଚ୍ଚ 7ରେ ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ ପଦକ୍ଷେପ ସହିତ ସାଇକେଲ ରାଲି ବାହାର କରିବ । ଏହା ଏକ ନିଆରା ସାଇକେଲ ରାଲି ହେବ, ଯାହା ଭାରତର ମୁଖ୍ୟ ଭୂମି ତଟରେଖାକୁ ପାର୍ କରି 6553 କିଲୋମିଟରର ରାସ୍ତା ପାର୍ କରିବ । ଦୁଇ ସାଇକେଲ ଚାଳକ ଦଳ ଏକ ସାଥୀରେ ଏହି ଅସାଧାରଣ ଯାତ୍ରାରେ ବାହାରିବେ । ଗୋଟିଏ ଦଳ କଚ୍ଛ, ଗୁଜରାଟର ଲଖପତ କିଲାରୁ ଯାତ୍ରା ଆରମ୍ଭ କରିବ, ଅନ୍ୟ ଏକ ଟିମ୍ ଦକ୍ଷିଣ 24 ପ୍ରଗଣା, ପଶ୍ଚିମବଙ୍ଗର ବକ୍ଖାଲିରୁ ତାଙ୍କ ଯାତ୍ରା ଆରମ୍ଭ କରିବ ।