
ଭୁବନେଶ୍ୱର– ଓଡ଼ିଶା ରାଜଭବନରେ ଆୟୋଜିତ କୁଳପତି ସମ୍ମିଳନୀ ୨୦୨୫ରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଓଡ଼ିଶାର ମହାମହିମ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଏହି ସମ୍ମିଳନୀରେ ଜାତୀୟ ଶିକ୍ଷା ନୀତି, କ୍ୟାମ୍ପସର ସ୍ଥିତି, ଛାତ୍ରଛାତ୍ରୀଙ୍କ ସ୍ୱୟଂ-ବିକାଶ ପାଇଁ ଅତିରିକ୍ତ ଯୋଜନା ଏବଂ ସାଇବର ସୁରକ୍ଷା ସଚେତନତା ଭଳି ବିଷୟ ଉପରେ ଆଲୋଚନା କରାଯାଇଥିଲା। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଂପଦ ସ୍ୱାଇ ଏବଂ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ମାନଙ୍କର କୁଳପତି ମାନେ ଯୋଗ ଦେଇଥିଲେ ।