
ବଲାଙ୍ଗିର,ଗତ ୨୦୨୨ ମେ ୨୧ ତାରିଖରେ ବଲାଙ୍ଗୀର ସହର ଆର.ଟି.ଓ ଅଫିସ ନିକଟରେ ଘଟି ଯାଇଥିବା ହିଟ୍ ଆଣ୍ଡ ରନ୍ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଚିତ୍ତରଞ୍ଜନ ମହାନ୍ତି ଏବଂ ପୂର୍ଣ୍ଣ ପୁନିଆ ନନ୍ଦଙ୍କୁ ବଲାଙ୍ଗୀର ପୋଲିସ ଗିରଫ କରିଥିଲା l ଏହି ଦୁଇ ଜଣଙ୍କ ବିରୁଦ୍ଧରେ ଟାଉନ୍ ପି.ଏସ୍ କେସ ନଂ ୨୫୨/୨୦୨୨, ଦଫା ୩୦୨, ୩୦୭ ଓ ୧୨୦(ବି)ରେ ଏକ ମାମଲା ରୁଜୁ ହୋଇଥିଲା l ତେବେ ଏହି ମାମଲା ବଲାଙ୍ଗୀର ସିଭିଲ୍ କୋର୍ଟ ର ସେକେଣ୍ଡ ଏଡିସନlଲ ଡିଷ୍ଟ୍ରିକ୍ଟ ଜଜ୍ ଙ୍କ କୋର୍ଟରେ ବିଚାରାଧୀନ ଥିଲା l ଏହି ମାମଲା ସମସ୍ତ ପାରିପାର୍ଶ୍ୱିକ ସ୍ଥିତି, ଘଟଣା ସଂକ୍ରାନ୍ତୀୟ କାଗଜପତ୍ର ଓ ସାକ୍ଷୀ ମାନଙ୍କ ବୟାନକୁ ଭିତ୍ତିକରି ତଥା ପ୍ରମାଣ ଅଭାବରୁ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ନିଜ ରାୟରେ ଚିତ୍ତରଞ୍ଜନ ମହାନ୍ତି ଓ ପୂର୍ଣ୍ଣ ପୁନିଆ ନନ୍ଦଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି l ମୁଦାଲାଙ୍କ ତରଫରୁ ଆଡଭୋକେଟ ଅଙ୍କିତା ତ୍ରିପାଠୀ ଏହି ମକଦ୍ଦମା ପରିଚାଳନା କରୁଥିଲେ l