
ବଲାଙ୍ଗୀର : ଗତକାଲି ସୁଭଦ୍ରା ଶକ୍ତି ମେଳାର ତୃତୀୟ ଦିନ କାର୍ଯ୍ୟକ୍ରମ ସଭାକୁ ଉଦ୍ଘାଟନ କରିଲେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ,ଗ୍ରାମଉନୟନ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ | ତାଙ୍କ ସହ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତମହାପାତ୍ର ମଂଚାସୀନ ଥିଲେ ।
ସୁଭଦ୍ରା ମେଳା ଆୟୋଜନ ଅବସରର ମନ୍ତ୍ରୀ କହିଥିଲେ ଯେ , ମା ହିଁ ଶିକ୍ଷା ଦାନ ର ପ୍ରଥମ ସୋପାନ | ବର୍ଷକୁ ଦଶ ହଜାର ଟଙ୍କା ସମୁଦାୟ ପଚାଶ ହଜାର ଟଙ୍କା ପାଞ୍ଚ ବର୍ଷରେ ଦିଆ ଯିବ | ଓର୍ମାସ ମା ଠୁ ସମାଜ ଯାଏଁ ସ୍ୱାବଲମ୍ବୀ କରାଉଛି | ନିଜ ଅଂଚଳର ଦ୍ରବ୍ୟକୁ ପ୍ରୋତ୍ସାହନ କରିବା ମୂଳ ମନ୍ତ୍ର | କୁହ ସୁଭଦ୍ରା ରେ ଜଣେ ମା କହିବ ଏବଂ ଶୁଣ ସୁଭଦ୍ରା ରେ ବିଭାଗ ସେ ଦ୍ରବ୍ୟ ବିଷୟରେ ଶୁଣିବ ଓ ଏହାକୁ ବଜାରିକରଣ ବାବଦରେ ପଦକ୍ଷେପ ନେବ | ତେବେ ମିଳୁଥିବା ଟଙ୍କାରେ ସେମାନେ ଦ୍ରବ୍ୟ ବାନେଇବେ ଏବଂ ସରକାର ଏହା ବିକ୍ରି ପାଇଁ ସୋପାନ ବନେଇବେ | ଜିନିଷ ବିକ୍ରି ହେଲେ ସେମାନେ ସ୍ୱାବଲମ୍ବୀ ହେବେ | ବଲାଙ୍ଗିର ଜିନିଷ ବିଦେଶ କେମିତି ଯିବ ସେ ବାବଦରେ ସମସ୍ତେ ଚିନ୍ତା କରିବା ଦରକାର ଏବଂ ଲକ୍ଷପତି ଦିଦି ହେବେ | ସେହିପରି କଣ୍ଟାବାଞ୍ଜି ବିଧାୟକ ମା ମାନଙ୍କ ଶକ୍ତି ସୁଭଦ୍ରା ଦ୍ୱାରା ବୃଦ୍ଧି ପାଇବ ବୋଲି କହିଥିଲେ | ସରକାର ମହିଳା ମାନଙ୍କ ଉନ୍ନତି ପାଇଁ ବଦ୍ଧପରିକର | ଶେଷରେ ସିଡିଓ ଶ୍ରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ |