
ବଲାଙ୍ଗିର, ବହୁମୁଖୀ ପ୍ରତିଭାର ଅଧିକାରୀ ତଥା ସଇଁତଳା ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ଆଜି ସକାଳ ଭୋର ସମୟରେ ବିୟୋଗ ଘଟିଛି । ଗତ କିଛି ଦିନ ତଳେ ତାଙ୍କର କର୍କଟ ରୋଗ ଚିହ୍ନଟ ପରେ କଟକ ରେ ଚିକିତ୍ସିତ ହୋଇ ଫେରିଥିଲେ। ଗତକାଲି ତାଙ୍କୁ ଅସୁସ୍ଥତା ଯୋଗୁଁ ସ୍ଥାନୀୟ ମେଡିକାଲ ରେ ଗତକାଲି ଭର୍ତ୍ତି ହୋଇ ଥିଲେ। ଅଜି ସକାଳେ ତାଙ୍କ ପରଲୋକ ଖବର ମିଳିଛି।
ତାଙ୍କ ବିଯୋଗ ଶିକ୍ଷା ଜଗତ ଓ କଳାକାର ଜଗତ ପାଇଁ ଅପୂରଣୀୟ କ୍ଷତି। ଶ୍ରୀ ଭୋଇ ପାଟଣାଗଡ ମୂଳ ବାସିନ୍ଦା ହୋଇ ଥିବା ଯୋଗୁଁ ତାଙ୍କ ମର ଶରୀର ପାଟଣାଗଡ ଠାରେ ପରିବାର ତରଫ ରୁ ଦାହ କରିବାର କାର୍ଯ୍ୟକ୍ରମ ରହିଛି।