
ଜୁନାଗଡ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଗୁଜରାଟର ଜୁନାଗଡ ଜିଲ୍ଲା ସ୍ଥିତ ସାସଣ ଗିରରେ ସିଂହ ଦେଖିବାକୁ ଯାଇଛନ୍ତି । ଭଂଭାଫୋଲ ନାକାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଫିଲା ସିଂହ ଦେଖିବା ପାଇଁ ବାହାରିଛି । ତାଙ୍କୁ କନକୋଇ ଚେକପୋଷ୍ଟ ନିଆଯିବ । ସେ ସେଠାରୁ ରୁଟ୍ ନମ୍ବର 2ରେ ଖୋଲା ଜିପରେ ବସି ସିଂହ ଦେଖିବେ । ଏହାପୂର୍ବରୁ ରବିବାର ରାତିରେ ସେ ସାସଣଗିରିର ସିଂହ ସଦନରେ ରାତ୍ରି ବିଶ୍ରାମ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିବସୀୟ ଗୁଜରାଟ ଗସ୍ତରେ ଶନିବାର ସନ୍ଧ୍ୟା ଜାମନଗରରେ ପହଂଚିଥିଲେ । ସୋମବାର ସେ ଗିର୍ ସୋମନାଥ ଜିଲ୍ଲାର ସୋମନାଥ ମହାଦେବଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ ।