
ଭୁବନେଶ୍ୱର– ସମ୍ବଲପୁର ଜିଲ୍ଲା ବାମରାର ‘ଦହିବରା ଏକ୍ସପ୍ରେସ’ ର ପ୍ରୟାସ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମର ଓଡ଼ିଆ ଖାଦ୍ୟ ପରମ୍ପରାରେ ‘ଦହିବରା’ର ସ୍ଥାନ ସ୍ୱତନ୍ତ୍ର । ‘ଦହିବରା’ ର ବିଶେଷ ସ୍ୱାଦ ଦେଶ ବିଦେଶର ସବୁ ବର୍ଗର ଲୋକମାନଙ୍କୁ ଆକୃଷ୍ଟ କରିପାରିଛି । ଏହାକୁ ଅଧିକ ଲୋକପ୍ରିୟ କରାଇବା ତଥା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରାଇବା ଦିଗରେ ସମ୍ବଲପୁର ଜିଲ୍ଲା ବାମରାର ‘ଦହିବରା ଏକ୍ସପ୍ରେସ’ ର ପ୍ରୟାସ ପ୍ରଶଂସନୀୟ ।